ଏସସିବିରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍

ଧରିବାକୁ ଆରମ୍ଭ ହେଲା ସ୍ୱତନ୍ତ୍ର ଅପରେସନ୍

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଲେମାନ୍ ହାଇଦର କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଫେରାର ହୋଇଯାଇଛି । ଏସସିବିର ସର୍ଜରୀ ୱାର୍ଡର ୫ ନଂ କ୍ୟାବିନ୍ ରେ ୧୨ ଦିନ ଧରି ଚିକିତ୍ସାଧୀନ ଥିବା ବେଳେ ଶନିବାର ଅପରାହ୍ନରେ ଫେରାର୍ ହୋଇଯାଇଥିବା ଜଣାପଡିଛି । କ୍ୟାବିନ୍ ନିକଟରୁ ନିୟୋଜିତ ଥିବା ଜଣେ ସୁରକ୍ଷାକର୍ମଚାରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେଣୁ ହାଇଦର ସୁରକ୍ଷା କର୍ମଚାରୀଙ୍କୁ ନିଶା ଦେଇ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି । କଟକ ଡିସିପି ପ୍ରତୀକ ସିଂହଙ୍କ କହିବା ଅନୁଯାୟୀ ହାଇଦରକୁ ଧରିବା ପାଇଁ ଅପରେସନ୍ କୁ ଜୋରଦାର କରାଯାଇଛି । ସୀମା ସିଲ୍ କରାଯାଇଛି । ପଡୋଶୀ ଜିଲ୍ଲା କେନ୍ଦ୍ରାପଡା ଓ ଯାଜପୁର ଏସପି ମାନଙ୍କୁ ଜଣାଇ ଦିଆଯାଇଛି ଏବଂ ସର୍ଚ୍ଚ ଅପରେସନ୍ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମୀ ମହାପାତ୍ର ଓ ସେକ୍ ଚୁନା ହତ୍ୟାକାଣ୍ଡ ମାମଲାରେ ହାଇଦର ସଜା ଭୋଗୁଥିଲା । ବୁର୍ଲା ସର୍କଲ ଜେଲରେ ହାଇଦରକୁ ରଖାଯାଇଥିବା ବେଳେ ଅସୁସ୍ଥତା ଯୋଗୁଁ ତାକୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ୧୨ ଦିନ ତଳେ ତାକୁ କଟକ ଏସସିବି ଅଣାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ