କୋଭିଡ୍ ନିୟମ ଉଲ୍ଳଂଘନକାରୀଙ୍କୁ ଧରିବ ସିସିଟିଭି, ଆଦାୟ ହେବ ଫାଇନ୍
ଭୁବନେଶ୍ୱର, (ୱାଇଏନ୍ଏସ୍): କୋଭିଡ୍ ନିୟମ ମାନୁନଥିଲେ ସିସିଟିଭି ଆଧାରରେ ଅମାନିଆଙ୍କ ନିକଟରେ ପହଂଚିବ ପୋଲିସ୍ । ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହି ଟିମ୍ ସିସିଟିଭି ଫୁଟେଜ୍ ଦେଖି ସେଠାରେ ପହଂଚିବା ସହ ତାଙ୍କ ଠାରୁ ଫାଇନ୍ କାଟିବ । ସଂକ୍ରମଣ ବଢ଼ୁଥିବା ବେଳେ ନିୟମ ଉଲ୍ଲଂଘନ କଲେ ଆଉ ନିସ୍ତାର ମିଳିବ ନାହିଁ । ନୂଆ ନିୟମ ଅନୁସାରେ ଫାଇନ୍ କଟାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।


