ଛତିଶଗଡକୁ ବସ୍ ସେବା ବନ୍ଦ : ପରିବହନ ମନ୍ତ୍ରୀ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କରୋନା ଭୟାବହତାକୁ ଦେଖି ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ କରିବାକୁ ଓଡ଼ିଶା ସରକାର ନିଷ୍ପତି ନେଇଛନ୍ତି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସ୍ୱତନ୍ତ୍ର ରିଲିଫ କମିଶନର ଏ ନେଇ ଚିଠି ଲେଖିଛନ୍ତି । ବିଭାଗ ପକ୍ଷରୁ ଖୁବଶୀଘ୍ର ଏସଓପି ଜାରି କରାଯାଇପାରେ । ବର୍ଡର ଚେକିଙ୍ଗ ପଏଂଟରେ ଆରିଟିଓମାନେ ଯାଂଚ କରିବେ । କରୋନା ସଂକ୍ରମଣ ବୃଦ୍ଧି ଭିତରେ ସାଧାରଣ ବସରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କଣ କଟକଣା କରାଯିବ ସେ ନେଇ ଆମେ ଆଲୋଚନା କରୁଛୁ । ଖୁବଶୀଘ୍ର ଏ ନେଇ ବିଭାଗ ପକ୍ଷରୁ ନିଷ୍ପତି ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ