ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ଦିଗପହଣ୍ଡି, (‌ୱାଇଏନ୍‌ଏସ୍‌): ଦିଗପହଣ୍ଡି ବ୍ଳକ  ଅନ୍ତର୍ଗତ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ସୋମବାର ରାତିରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ଶଙ୍କର ନାରାୟଣ ପାଢୀ (୨୭) ବୋଲି ଜଣାଯିବା ସହ ସେ ଟୋକେଇରେ ଘାସ ଧରି ଘରକୁ ଫେରିବା ବେଳେ ଝୁଲନ୍ତା ତାର ସଂସ୍ପର୍ଶରେ ଆସି ଯାଇଥିବା ଶଙ୍କରଙ୍କ ବାପା ଟୁନା ପାଢ଼ୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ଆଇଆଇସି ବସନ୍ତ କୁମାର ସେଠୀ ଥାନା ଅପମୃତ୍ ମାମଲା ୮/୨୧ ପ୍ରକାରେ ମୃତଦେହ ଜବତ କରି ବ୍ୟବ‌ଚ୍ଛଦ ନିମନ୍ତେ ପଠାଇଥିବା ଜଣାପଡିଛି। ତେବେ ବିଦ୍ୟୁତ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ପଟ୍ଟନାୟକ ତାର ଝୁଲୁଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ଗତ ରାତିରେ ଟ୍ରାନ୍ସଫର୍ମରରୁ ଫ୍ୟୁଜ କଟିଯାଇ ଗ୍ରାମ ଅନ୍ଧାର ଘେରରେ ରହିଥିଲା।ବିଭାଗୀୟ କୌଣସି କର୍ମଚାରୀଙ୍କୁ ଡକାଇ ଫ୍ୟୁଜ ପକାଇବା ପରିବର୍ତ୍ତେ ଯୁବକ ଜଣକ ନିଜେ ଫ୍ଯୁଜ ସଜାଡିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସେ କହିଛନ୍ତି। ବ୍ୟବ‌ଚ୍ଛଦ ହୋଇ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ