ଓଏମସିରେ ନିଯୁକ୍ତି ପାଇଲେ ୧୦୦ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ

ଭୁୁବନେଶ୍ୱର, (ୱାଇଏନ୍‌ଏସ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଲୋକସେବା ଭବନ ପରିସରସ୍ଥ କନ୍‌ଭେନ୍‌ସନ୍ ହଲ୍ ରେ ଓଡ଼ିଶା ଖଣି ନିଗମରେ ନବନିଯୁକ୍ତ ୧୦୦ ଜଣ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକଙ୍କ ଓରିଏେଂଟସନ୍ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ୫-‘ଟି’ ସୂତ୍ର ଅଧୀନରେ ଦୁଇଟି ସୂଚନା ପ୍ରଯୁକ୍ତି-ସକ୍ଷମ ମଡ୍ୟୁଲ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକମାନଙ୍କୁ ସ୍ୱଚ୍ଛତା ଏବଂ ଦଳଗତ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଇ ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରିବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଏବଂ ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ପ୍ରମୁଖ ଯୋଗଦାନ ଦେଇଥିବାରୁ ଓଡ଼ିଶା ଖଣି ନିଗମକୁ ପ୍ରଶଂସା କରିଛନ୍ତି । ଦେଶରେ ଦ୍ରୁତ ଅଗ୍ରଗତି କରୁଥିବା ସରକାରୀ ଉଦ୍ୟୋଗଗୁଡ଼ିକ ମଧ୍ୟରେ ଅନ୍ୟତମ ଓଡ଼ିଶା ଖଣି ନିଗମରେ ଏହି ଦୁଇଟି ସୂଚନା ପ୍ରଯୁକ୍ତି ବ୍ୟବସ୍ଥା ଲାଗୁ ହେବା ଫଳରେ ଏହାର ବ୍ୟବସାୟିକ ଧାରା ଅଧିକ ସୁଦୃଢ଼ ହେବ ବୋଲି ସେ କହିଛନ୍ତି ।ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ‘ଗନ୍ଧମାର୍ଦ୍ଦନ ଲୁହା ଖଣି ଟ୍ରାଫିକ୍ ଏବଂ ଲୁହା ପଥର ପ୍ରେରଣ ସ୍ୱୟଂକ୍ରିୟ ପ୍ରକଳ୍ପ’ ହେଉଛି ଏକ ବୈଷୟିକ-ସକ୍ଷମ ସମାଧାନ ଯାହା ସୁରକ୍ଷା ମାନ ଏବଂ ସ୍ୱଚ୍ଛତାର ସହ ଖଣିରୁ ଟ୍ରାଫିକ୍ ପରିଚାଳନାକୁ ସୁନିଶ୍ଚିତ କରିଥାଏ । ଅନ୍ୟ ସୂଚନା ପ୍ରଯୁକ୍ତି ମଡ୍ୟୁଲ ‘ଭେଣ୍ଡର ଇନ୍ ଭଏସ୍ ମ୍ୟାନେଜ୍‌ମେଂଟ ସିଷ୍ଟମ୍‌(ଭିଆଇଏମଏସ୍‌)’ ଠିକ୍ ସମୟରେ ଦେୟ ପ୍ରଦାନ ଏବଂ ସ୍ୱଚ୍ଛତା ରକ୍ଷା ଉଦ୍ଦେଶ୍ୟରେ ଓଡ଼ିଶା ଖଣି ନିଗମର ବିକ୍ରେତାମାନଙ୍କର ଇନ୍‌ଭଏସ୍ ପ୍ରକ୍ରିୟାକରଣ ନିମନ୍ତେ ଏକ ଡିଜିଟାଲ୍ ଫ୍ଲାଟ୍‌ଫର୍ମ ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଇସ୍ୱାତ ଓ ଖଣି ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ,ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଭି.କେ. ପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ