ଆମ୍ବେଦକରଙ୍କୁ ନାଗରିକ ଏକତା ପରିଷଦ ପକ୍ଷରୁ ଭାବାବେଗ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ଜନ୍ମତିଥିରେ ନାଗରିକ ଏକତା ପରିଷଦ ଏବଂ ଭାରତୀୟ ବୌଦ୍ଧ ମହାସଭା ପକ୍ଷରୁ ଭାବାବେଗ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରା ବାହାରି ଏଜି ଛକସ୍ଥିତ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ମାଲ୍ୟାର୍ପଣ କରାଯିବା ସହିତ ସ୍ମୃତିଚାରଣ କରାଯାଇଥିଲା । ଆମ୍ବେଦକରଙ୍କୁ ଭଲ ପାଉଥିବା ଲୋକମାନେ କହିଥିଲେ ଯେ, ଭାରତ ପରି ଏକ ବିବିଧତାପୂର୍ଣ୍ଣ ଦେଶ ପାଇଁ ଡଃ ଆମ୍ବେଦକର ଏକ ସଶକ୍ତ ସମ୍ବିଧାନ ଦେଇଛନ୍ତି ଯାହାଦ୍ୱାରା ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷିତ ଓ ମର୍ଯ୍ୟାଦାବନ୍ତ ହୋଇଛନ୍ତି । ଏତଦ୍‌ବ୍ୟତୀତ ଦଳିତମାନଙ୍କର ସେ ହେଉଛନ୍ତି ତ୍ରାଣକର୍ତ୍ତା । ତାଙ୍କ ଯୋଗୁଁ ଦଳିତମାନଙ୍କର ସାମାଜିକ, ରାଜନୈତିକ ଓ ଆର୍ଥିକ କ୍ଷେତ୍ରରେ ଅଭ୍ୟୁଥାନ ଘଟିଛି । ତାଙ୍କ ଆଦର୍ଶକୁ ପାଥେୟ କରି ଚାଲିଲେ ଦଳିତମାନେ ଦେଶରେ ଅଗ୍ରଣୀ ହେବେ । ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣ ମଲ୍ଲିକ, ସୁନାକର ବେହେରା, ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ଶ୍ୟାମସୁନ୍ଦର ମଲ୍ଲିକ, ଦାମୋଦର ମଲ୍ଲିକ, ବାବୁଲି ମଲ୍ଲିକ, ଅଶୋକ ମଲ୍ଲିକ, ରବୀନ୍ଦ୍ର କୁମାର ସେଠୀ, ଆକୁଳି ଚରଣ ସେଠୀ, ଅଭିମନ୍ୟୁ ସେଠୀ, ନରେନ୍ଦ୍ର କୁମାର ସେଠୀ, ଅଚ୍ୟୁତ ନାୟକ, ପୁରୁଷୋତ୍ତମ ମାଝୀ, ମନମୋହନ ଚୌଧୁରୀ, ହରିହର ସେଠୀ ଓ ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନା ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ