ଗଜପତିର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ଆକାଂକ୍ଷାର ବିଷୁବ ମିଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ଆକାଂକ୍ଷା ଆନୁକୂଲ୍ୟରେ ଆଜି ସନ୍ଧ୍ୟା ସମୟରେ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହା ବିଦ୍ୟାଳୟର ଅଧ୍ୟକ୍ଷା ଅର୍ଣ୍ଣପୂର୍ଣ୍ଣା ଦେବୀଙ୍କ ଉପସ୍ଥିତ ଓ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ “କବିତା କ’ଣ” ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା, ଡଃ. ଚନ୍ଦ୍ରଶେଖର ଦାସ, ଆଚାର୍ଯ୍ୟ ଇଶାନଚାନ୍ଦ ଓଁକାର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ କବିତା କଳିହୃଦାୟାନୁ ଭୂତିର କଳାତ୍ମକ ପରିପ୍ରକାଶ ବୋଲି କହିଥିଲେ । ଅଳକା ସାହୁ, କଲ୍ୟାଣୀ ମିଶ୍ର ଓ ମୀନା କୁମାରୀ ଟହଲ ବିଷୁବ ମିଳନର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସିଦ୍ଧାନ୍ତର ବିଷୁବ ସଂଖ୍ୟା ଉନ୍ମଚିତ ହୋଇଥିଲା । ସିଦ୍ଧାନ୍ତର ସାଧାରଣ ସଂପାଦକ ରୀତା ଚୌଧୁରୀ ସିଦ୍ଧାନ୍ତ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଆକାଂକ୍ଷା ଓ ସିଦ୍ଧାନ୍ତ ଊଭୟ ଅନୁଷ୍ଠାନର କର୍ମକର୍ତ୍ତା ଭାଗ୍ୟଲକ୍ଷ୍ମୀ ନାୟକ, ଡ.ଭୁବନେଶ୍ୱର ପଟ୍ଟନାୟକ, ଅଧିବକ୍ତା ହୀରାଚାନ୍ଦ ପଟ୍ଟନାୟକ, କନକଲତା ପୂଜାରୀ, ରାଜେଶ୍ୱରୀ ପାତ୍ର, ସରଳା ପାତ୍ର, ସଚଳା ପାତ୍ର, ମୁରଲୀଧର ପରିଚ୍ଛା, ଜ୍ୟୋତିର୍ମୟୀ ମହାପାତ୍ର, ତ୍ରିପତି ପ୍ରସାଦ ପଣ୍ଡା, ଗଣେଶ ରାଜୁ, ଶରତଚନ୍ଦ୍ର ସାହୁ, ସ୍ୱର୍ଣ୍ଣ ପ୍ରଭା ପଠୀ, ନିତ୍ୟାନନ୍ଦ ଚୌଧୁରୀ, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା, ମମତା ପଢୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଆକାଶବାଣୀ କଳାକାର ବି. କମୋଳାଙ୍ଗୀ ପ୍ରାରମ୍ଭିକ ସଙ୍ଗିତ ପରିବେଷଣ କରିଥିବା ବେଳେ ଡ. ରିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଡ.କଲ୍ୟାଣୀ ମିଶ୍ରଙ୍କ ସଂଯୋଜନାରେ ଏକ କବିତା ଫାଟ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଶାସନିକ ଅନୁମତି ସହ କୋଭିଡ୍ ନିୟମ ପାଳନ କରି ଏହା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ