ସଟସର୍କିଟରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଗ୍ନିକାଣ୍ଡ

ରାତ୍ର ଜଗୁଆଳିଙ୍କ ଅନୁପସ୍ଥିତିରୁ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତି ଜଳିଗଲା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ବୁଧବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଦ୍ୟୁତ ସକ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି । ତେବେ ସଂପୃକ୍ତ ବିଦ୍ୟାଳୟରେ ରାତ୍ର ଜଗୁଆଳିଙ୍କ ଅନୁପସ୍ଥିତିରୁ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତି ପୋଡ଼ି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡରେ ବିଦ୍ୟାଳୟ ଏକ ପ୍ରକୋଷ୍ଠରେ ଗଚ୍ଛିତ ଥିବା ବିଭିନ୍ନ ବୈଦ୍ୟୁତିକ ଉପକରଣ ସହ ଛାତ୍ରୀନିବାସ ପାଇଁ ଉଦ୍ଧିଷ୍ଠ୧୦୦ଟି ବେଡ଼ର ଗଦି ଏବଂ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ଆସବାବପତ୍ର ପୋଡ଼ି ଯାଇଛି । ଗୁରୁବାର ଭୋରରୁ ସ୍ଥାନୀୟ ଅଂଚଳର କିଛି ଲୋକ ନିକଟସ୍ଥ ପୋଖରୀକୁ ସ୍ନାନ, ଶୌଚ କରିବାକୁ ଯାଉଥିବା ସମୟରେ ବିଦ୍ୟାଳୟର ଏକ ପ୍ରକୋଷ୍ଠରୁ ଧୁଆଁ ବାହାରୁଥିବାର ଦେଖି ବିଦ୍ୟାଳୟ ରାତ୍ର ଜଗୁଆଳି ଓ ଅଧ୍ୟକ୍ଷ ଓ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ ଭାରପ୍ରାପ୍ତ ଅଧିକାରୀ ଗୌତମ ସାହୁଙ୍କ ତତ୍ୱାବଧାନରେ କର୍ମଚାରୀ ମୁକ୍ତିକାନ୍ତ ଜେନା, ସନ୍ତୋଷ କୁମାର ସେଠି, ହରିହର ବେହେରା, ଉମେଶ ପ୍ରଦାନ, ବିକ୍ରମ ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ । ଅନ୍ୟପକ୍ଷରେ ସଂପୃକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ରାତ୍ର ଜଗୁଆଳି ଜଣକ ପ୍ରତ୍ୟହ ସନ୍ଧ୍ୟାରେ ବିଦ୍ୟାଳୟରେ ଲାଇଟ ଲଗାଇବା ପରେ ବିଦ୍ୟାଳୟ ଫାଟକରେ ତାଲା ଲଗାଇ ନିଜ ଗ୍ରାମକୁ ଫେରୁ ଆସୁଥିବା ନେଇ ଗ୍ରାମର ବହୁ ଲୋକେ ଅଭିଯୋଗ କରିଛନ୍ତି । ଏପରିକି ରାତ୍ର ଜଗୁଆଳି ଜଣକ ନିକଟସ୍ଥ ଗ୍ରାମର ଛାମୁଆ ନେତା ଭାବେ ପରିଚିତ ଥିବାରୁ ଗ୍ରାମବାସୀ ଭୟରେ ରାତ୍ର ଜଗୁଆଳିଙ୍କ ବିରୋଧରେ ସ୍ୱର ଉତୋଳନ କରୁନଥିବା ଜଣାପଡ଼ିଛି । ବିଦ୍ୟାଳୟରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ଜଣକ ସରକାରଙ୍କ ତହବିଲରୁ ଦରମା ପାଉଥିବା ବେଳେ ବିଦ୍ୟାଳୟରେ କାର୍ଯ୍ୟ ନକରି ଘରେ ରାତି ରହୁଥିବାରୁ ଆଜି ଏଭଳି ଏକ ଘଟଣା ଘଟିଲା ଏବଂ ରାତ୍ର ଜଗୁଆଳି ବିଦ୍ୟାଳୟରେ ରାତ୍ର ସମୟରେ ନିୟୋଜିତ ଥିଲେ ଘଟଣା ସର୍ମ୍ପକରେ ଅବଗତ ହୋଇପାରିବା ସହ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡ଼ିବାରୁ ବଂଚିତ ହୋଇ ପାରିଥାନ୍ତା ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରି ସଂପୃକ୍ତ ରାତ୍ର ଜଗୁଆଳିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ