ମାଇଁର ଭଉଣୀକୁ ବିଭତ୍ସ ଭାବେ ହତ୍ୟା କଲା ଭଣଜା କାରଣ ଅସ୍ପଷ୍ଟ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ମାଇଁର ଭଉଣୀକୁ ବିଳମ୍ବିତ ରାତ୍ରରେ ଭଣଜା ହତ୍ୟା କରିଥିବା ଅଭିଯୋଗ ହୋଇଛି । କଣ ପାଇଁ ଏପରି ନିଷ୍ପତି ନେଲା ଭଣଜା ରାହୁଲ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।ଶନିବାର ପବିତ୍ର ସାବିତ୍ରୀ ବ୍ରତ ଥିବାବେଳେ ପ୍ରତ୍ୟୁଷରୁ ଶୁଣିବାକୁ ମିଳିଥିଲା କାକଟପୁର ଥାନା ନିକଟସ୍ଥ ଶଙ୍କରେଶ୍ୱରରେ ଥିବା ମଲ୍ଲିକ କଲ୍ୟାଣୀ ମଣ୍ଡପ ନିକଟରେ ମିଲିଙ୍କୁ ହତ୍ୟା କରାଯାଇଥିବା । ଖବର ମୁତାବକ କାକଟପୁର ଥାନା ଅଧୀନ କୋଣାର୍କରୁ କାକଟପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ମଲ୍ଲିକ କଲ୍ୟାଣୀ ମଣ୍ଡପ ମାଲିକ ଅଲେଖ ମଲ୍ଲିକଙ୍କ ଘରେ ଦୀର୍ଘ ଦିନ ହେବ ବଡ଼ ଭଉଣୀ ପୁଅ ତଥା ଅସ୍ତରଙ୍ଗ ଥାନା ଅଧୀନ ବେଗୁନିଆବସ୍ତ ଗ୍ରାମର ଭଣଜା ଶ୍ରୁତିରଂଜନ ସ୍ୱାଇଁ ଓରଫ ରାହୁଲ ରହୁଥିବା ବେଳେ ଅନ୍ୟ ପଟେ ଅଲେଖଙ୍କ ଶାଳୀ ମିଲିପ୍ରିୟା ମଧ୍ୟ ରହୁଥିଲେ । କିନ୍ତୁ ରାହୁଲ ମାମୁଁ ଘରେ ରହି ମାମୁଁଙ୍କ ମଣ୍ଡପ ବୁଝାବୁଝି କରୁଥିବା ବେଳେ ବିବାଦ ହୋଇଥିଲା ବୋଲି ମାମୁଁ ଅଲେଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ବିବାଦ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତ୍ରରେ ମିଲିଙ୍କୁ ଅଲେଖଙ୍କ ଭଣଜା ତଥା ସ୍ମୃତିରଂଜନ ଓରଫ ରାହୁଲ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।କିପରି ହତ୍ୟାକାଣ୍ଡ ହେଲା ପଚରା ଉଚରା ଜାରିରଖିଛି ପୁଲିସ । ଅନ୍ୟ ପଟେ ନିଶାଶକ୍ତ ଅବସ୍ଥାରେ ହତ୍ୟାକାଣ୍ଡ ସ୍ଥଳରୁ କିଛି ଦୂରରେ ପଡ଼ିଥିବା ସ୍ମୃତିରଂଜନଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର ଶହ ଅନେକ ସ୍ଥାନରେ ଆଘାତ ଲାଗିଥିବା ବେଳେ ଉଦ୍ଧାର କରି ପୁଲିସ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତନ ଆସିବା ପରେ ପୁଲିସ ଭଣଜା ରାହୁଲଙ୍କୁ ଅଟକ ରଖି ଘଟଣା କାରଣ ସହ ହତ୍ୟାକାଣ୍ଡ କାରଣ ପଚାରୁଥିବା ଜଣାପଡିଛି।ହତ୍ୟାକାଣ୍ଡର କାରଣକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଶାଳୀ ମିଲି ଭଉଣୀ ଘର ତଥା ଭିଣୋଇ ଅଲେଖଙ୍କ ଘରେ କେତେ ଦିନ ହେବ ରହୁଥିଲେ ଅନ୍ୟ ପଟେ ଭଣଜା ରାହୁଲ କେତେ ଦିନ ହେଲା ରହୁଥିଲା ଉଭୟ ପରିବାର ମଧ୍ୟରେ ରହୁଥିବା ବେଳେ ମିଲି ଓ ରାହୁଲଙ୍କ ମଧ୍ୟରେ କିପରି ସମ୍ପର୍କ ରହିଥିଲା। ଏହା ଶହ ଅଲେଖ ମଲ୍ଲିକ ଯେଉଁ ଅଭିଯୋଗ ଆଣିଛନ୍ତି ରାହୁଲଙ୍କ ସହିତ ଅଲେଖଙ୍କ ମଧ୍ୟ କିଛି ଦିନ ତଳେ ବିବାଦ ହୋଇଥିଲା, କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ବିବାଦ ହୋଇଥିଲା କାରଣ କଣ । ଯଦି ପ୍ରାଥମିକ ସୂଚନାରୁ ମିଳିଛି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାହୁଲ ଏଭଳି ଆକ୍ରମଣ କରିଥାନ୍ତି, ତାହା ହେଲେ ମିଲିଙ୍କୁ କାହିଁକି ଆକ୍ରମଣ କଲେ, ନା ମିଲିକୁ ନେଇ ପୂର୍ବରୁ ବିବାଦ ହୋଇଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ। ଅନ୍ୟ ପଟେ ଘଟଣା ସ୍ଥଳରେ ଶନିବାର ପୂର୍ବାହ୍ନରେ ସାଇଣ୍ଟିଟିମ୍ ଅଧିକାରୀ ଆଦିତ୍ୟ ରଂଜନ ନାୟକ ନେତୃତ୍ୱରେ ୩ ଜଣିଆ ଟିମ୍ ପହଂଚି ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ, ମୃତ ମିଲିପ୍ରିୟାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟାକରିଥିଲା ଦୁର୍ବୁତ୍ତ । ଘଟଣା ସ୍ଥଳରୁ ଗୋଟିଏ ଛୁରୀ, ଆଉ ଏକ ଲୁହାର ଧାରୁଆ ଚାପଡ଼ ଜବତ ସହ ଅନ୍ୟ କିଛି ସାମଗ୍ରୀ ଜବତ କରାଯାଇଛି। ମୃତ ଯୁବତୀଙ୍କୁ ପ୍ରଥମେ ବେକକୁ ଆଘାତ କରାଯିବା ପରେ ଛାତି ଓ ପିଠି ସମେତ ଶରୀରର ପ୍ରାୟ ୭ଟି ସ୍ଥାନକୁ ଆକ୍ରମଣ କରି ବାରି ପଟେ ଥିବା କବାଟ ଖୋଲି ବାହାରକୁ ଯିବା ସମୟରେ ହାତରେ ଲାଗିଥିବା ରକ୍ତ ଛିଟା କବାଟରେ ଲାଗିଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ ଝିଅର ମୃତ୍ୟୁକୁ ନେଇ ଯୁବତୀର ମା ‘ଲତା ବେହେରା କାକଟପୁର ଥାନାରେ ଅଭିଯୋଗ ଦେବା ପରେ ନିମାପଡା ଉପଖଣ୍ଡ ଅଧିକାରୀ ଜନାର୍ଦ୍ଧନ ପାଢ଼ୀ, କାକଟପୁର ଥାନାଅଧିକାରୀ ବସନ୍ତ କୁମାର ସାହୁ ସମେତ ଅନ୍ୟ ପୁଲିସଘଟଣା ସ୍ଥଳରେ ପହଂଚି ତଦନ୍ତ ସହ ମାମଲା ରୁଜୁ କରି ବିଭିନ୍ନ ଦିଗକୁ ନେଇ ପରିବାର ସଦସ୍ୟ ସମେତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପଚରା ଉଚରା ଜାରିରଖିଥିବା ବେଳେ ହତ୍ୟାକାଣ୍ଡ କାରଣ ସ୍ପଷ୍ଟ ଜଣାପଡ଼ିନାହିଁ ।ରାହୁଲ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ପୋଲିସ ରାହୁଲଙ୍କ ପ୍ରତିକ୍ରିୟା ଶହ ସ୍ଥାନୀୟ ଅଞ୍ଚଳବାସୀ, ଅଲେଖ ପରିବାର, ରାହୁଲଙ୍କ ପରିବାର ସହ ଅନ୍ୟ ସଦସ୍ୟଙ୍କୁ ତଦନ୍ତ ପରିସରକୁ ନେଲେ ପ୍ରକୃତ ଘଟଣା ସ୍ପଷ୍ଟ ଜଣା ପଡିବ।


