ମୋହନା ବ୍ଳକରେ ଖାଲି ପଡିଥିବା ସ୍ଥାୟୀ ଅଧିକାରୀଙ୍କ ପଦବୀ କେବେ ହେବ ପୂରଣ

ଭାଷଣରେ ହିଁ ବିତିଲାଣି ୩ ବର୍ଷ

ମୋହନା (ଅଂଶୁମାନ ପ‌ଣ୍ଡା): ଗଜପତି ଜିଲ୍ଲା ଓଡିଶାର ଦ୍ୱିତୀୟ ବୃହତମ ବ୍ଳକ ମୋହନା ବ୍ଳକ । ଯାହାକି ୩୯ଟି ପଚାଂୟତକୁ ନେଇ ଗଢିତ ଦୁର୍ଗମ ଓ ଆଦିବାସୀ ବହୁଳ ଅଚଂଳ । ଏଠିକାର ଲୋକେ ଶାନ୍ତ ଶିଷ୍ଟ ଓ କୁଲି ମଜୁରି କରି ପରିବାର ପୋଷଣ କରନ୍ତି । ରାତି ପାହିଲେ କୌଣସି ନା କୌଣସି କାମ ପାଇଁ ମୋହନା ହେଡ କ୍ୱାଟରକୁ ଆସିବାକୁ ପଡିଥାଏ । ଆସିବା ସମୟରେ ଉପରିସ୍ଥ ଉଚ୍ଚ ପଦବୀ ଅଧିକାରୀମାନେ ନଥିବା ହେତୁ କୌଣସି କାମର ବିଲ ପତ୍ର ଓ ଆବଶ୍ୟକ କାମ ଗୁଡିକ ହୋଇପାରୁନାହିଁ । ବିଶେଷ କରି ମୋହନା ବ୍ଳକରେ ଗୋଷ୍ଠି ଉନ୍ନୟନ ଅଧିକାରୀ ବଂଶୀଧର ଖୋସଲା ବହିଷ୍କୃତ ହେବା ପରେ ଆଜକୁ ୨ ମାସ ବିତିଲାଣି ସ୍ଥାୟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦବୀ ପୂରଣ ହୋଇପାରୁନି ଯାହାରି ଫଳରେ ଉଦୟଗିରି ବିଡିଓ ପ୍ରଦୀପ ନାୟକଙ୍କୁ ଦାୟିତ୍ୱରେ ରଖାଯାଇଛି ୨ଟି ସ୍ଥାନ ପାଇଁ । ସେହିପରି ବ୍ଳକ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଅଧିକାରୀଙ୍କ ପଦବୀ ୧୦ ବର୍ଷରୁ ଉର୍ଦ୍ଧ ହେଲାଣି ଖାଲି ପଡିଛି କିନ୍ତୁ ପୂରଣ ହୋଇପାରୁନାହିଁ । ସାମାଜିକ ସୁରକ୍ଷା ଅଧିକାରୀଙ୍କ ପଦବୀ ମଧ୍ୟ ଖାଲି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଯାଏଁ ସେହି ସ୍ଥାନ ମଧ୍ୟ ପୁରଣ ହୋଇପାରୁନାହିଁ । ଯାହାରି ଫଳରେ ୩୯ଟି ପଚାଂୟତର କାମ ଅଧା ଅଧୁରାରେ ରହି ଆସୁଅଛି । ବ୍ଳକ ପରିସରରେ ଆକାଉଂଟ ଅଧିକାରୀ ଥିଲେ କୌଣସି କାମରେ ଆସୁନାହିଁ । ଆବଶ୍ୟକ ସ୍ଥଳରେ ବିଲ ପତ୍ର କରିବା ସମୟରେ ଆସି ନଥାଉଛନ୍ତି ଆକାଉଂଟ ଅଧିକାରୀ । ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ଜିଲ୍ଲା ଅଧିକାରୀ । ସେହିଭଳି ୩୯ଟି ପଚାଂୟତକୁ ୨୯ ଜଣ ପିଇଓ ଖାଲି ପଡିଛି ୧୦ଟି ପିଇଓଙ୍କ ପଦବୀ ଗ୍ରାମ ରୋଜଗାର ସେବକ ୩୯ଟି ପଚାଂୟତକୁ ଅଛନ୍ତି ୧୭ ଜଣ ଆଉ ଖାଲି ପଡିଛି ୨୨ ପଦବୀ । ସେହିଭଳି ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ଭଳି ଘଟଣା ବ୍ଳକ ଶିକ୍ଷାଅଧିକାରୀ ଲିବନୁସ ବାର୍ଲା ୩୦ ଜୁନ ୨୦୧୯ରେ ରିଟାର୍ଡ କରିଥିବା ବେଳେ ସେହି ଦିନ ଠାରୁ ସ୍ଥାୟୀ ବ୍ଳକ ଶିକ୍ଷା ଅଧିକାରୀଙ୍କ ପଦବୀ ପୂର୍ଣ୍ଣ ହୋଇ ପାରୁନାହିଁ । ଯାହାରି ଫଳରେ ଉଦୟଗିରି ବ୍ଳକ ଶିକ୍ଷାଅଧିକାରୀ ୨ଟି ଦାୟିତ୍ୱ ତୁଲାଉଛନ୍ତି । ତେଣୁ ମୋହନା ବ୍ଳକରେ ଶିକ୍ଷା ବ୍ୟବସ୍ଥା ଶୌଚନୀୟ ହୋଇ ପଡିରହିଛୀ . ନା ଶିକ୍ଷକ ଶିକ୍ଷୟତ୍ର ନା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ କୌଣସି କର୍ମଚାରୀ ଭୟ ଭୀତ ନରହି ନିଜ ମନମୁଖୀ ଭାବେ କାର୍ଯ୍ୟାଳୟକୁ ଆସୁଛନ୍ତି ଯାଉଛନ୍ତି ଯାହାରି ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରଙ୍କୁ ଗ୍ରସ୍ତ କରୁଛି । ହେଡ କ୍ଳର୍କ ପଦବୀ ଆଜକୁ ୬ ମାସ ବିତିଲାଣି ଖାଲି ପଡିଥିବା ବେଳେ ସେହି ସ୍ଥାନରେ କୋଣଶି ଅଧିକାରୀଙ୍କ ସ୍ଥାୟୀ ନିଯୁକ୍ତି କରାଯାଇନାହିଁ । ସେହିଭଳି ଜଳସମ୍ପଦ ବିଭାଗ କନିଷ୍ଠ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ଆଜକୁ ୬ ମାସ ବିତିଲାଣି ଖାଲିପଡିଛି କନିଷ୍ଠ ଯନ୍ତ୍ରୀଙ୍କ ପଦବୀ । ଜଳବିଭାଗର ଯନ୍ତ୍ରୀ ନଂ ୧ ପଦବୀ ଖାଲି ପଡିଥିଲେ ମଧ୍ୟ ୨ ବର୍ଷ ବିତିଲାଣି ପୁରଣ ହୋଇ ପାରୁନି ସ୍ତାୟୀ ନିଯୁକ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀଙ୍କ ପଦବୀ ୬ ମାସ ହେଲା ଖାଲପଡିଥିବା ବେଳେ ସହକାରୀ ଯନ୍ତ୍ରୀଙ୍କ ପଦବୀ ଗୋଟିଏ ବର୍ଷ ହେଲା ଖାଲି ପଡିଛି । ନାମକୁ ମାତ୍ର ଓଡିଶାର ଦ୍ୱିତୀୟ ବୃହତମ ବ୍ଳକ ମୋହନା କୁହାଯାଉଥିବା ବେଳେ ଏଠି ଖାଲି ପଡିଛି ଅନେକ ସରକାରୀ ପଦବୀ । କେବେ ପୂରଣ ହେବ ଏବଂ ସରକାରଙ୍କ ନଜରକୁ ଆସିବ ଓ ଜନସାଧାରଣଙ୍କ କାମରେ ଲାଗିବ ଏବଂ ଅଂଚଳର ଉନ୍ନତି ହେବ ତାକୁ ହିଁ ଅପେକ୍ଷା କରିଛନ୍ତି ୩୯ଟି ପଚାଂୟତର ଜନସାଧାରଣ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ