+୨ କଳା ବିଭାଗରେ ଚାଷୀଙ୍କ ପୁଅ ବ୍ଲକ ଟପର
ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବିଜ୍ଞାନ ମହାବିଦ୍ୟାଳୟ କଳା ବିଭାଗ ଯୁକ୍ତ ଦୁଇ ପରୀକ୍ଷାର ଛାତ୍ର ଜିତ୍ କୁମାର ପ୍ରଧାନ ୨୦୨୬ ବାର୍ଷିକ ପରୀକ୍ଷାରେ ମୋଟ ୬୦୦ ମାର୍କରୁ ୫୨୭ ମାର୍କ ରଖି ପୋଲସରା ବ୍ଲକରେ ଟପର ହେବାର ଗୌରବ ଅର୍ଜନ କରିଛନ୍ତି। ସେହିପରି ବିଜ୍ଞାନ ବିଭାଗର ଛାତ୍ର ଶୁଭମ ସାହୁ ୫୩୭ ମାର୍କ ରଖି କଲେଜରେ ପ୍ରଥମ ହୋଇଛନ୍ତି। ଦୁଇ ଛାତ୍ରଙ୍କ ଏହି ସଫଳତା ପାଇଁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ପ୍ରିନ୍ସିପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଖୁସି ପ୍ରକାଶ କରିବା ସହିତ ଉଭୟ ଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ବ୍ଲକ ଟପର ଜିତ୍ କୁମାର ପ୍ରଧାନଙ୍କ ପିତା ଜଣେ ସାଧାରଣ କୃଷକ ଥିବା ବେଳେ ମାତା ଜଣେ ଗୃହିଣୀ ଅଟନ୍ତି । ଜିତ୍ ପୋଲସରା ପୌରପରିଷଦ ୪ ନଂ ୱାଡ ଶିଦ୍ଧିପୁର ଗ୍ରାମର ବାସିନ୍ଦା ଅଟନ୍ତି । ଜିତ୍ଙ୍କ ସଫଳତାରେ ପରିବାର ସମେତ ସମଗ୍ର ଶିଦ୍ଧିପୁର ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି ।


