ମହୁଲ ଫୁଲର ଅଭାବୀ ବିକ୍ରିକୁ ନେଇ ଚାଷୀ ଚିନ୍ତିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ଏବେ ମହୁଲ ସିଜନ। ଖରା ତାତିକୁ ଖାତିର ନକରି କନ୍ଧମାଳ ଜିଲ୍ଲାର ଆଦିବାସୀ ମହିଳାମାନେ ପ୍ରତିଦିନ ସକାଳୁ ସକାଳୁ ବାହାରି ପଡୁଛନ୍ତି ମହୁଲ ସଂଗ୍ରହରେ। ହେଲେ ମହୁଲ ଫୁଲର ଦାମ ଚଳିତବର୍ଷ କମ ରହିଥିବାରୁ ମହୁଲ ଗୋଟାଳିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସାଧାରଣତଃ ଫେବୃୟାରି ଶେଷ ଓ ମାର୍ଚ୍ଚ ମାସ ଆରମ୍ଭରେ ମହୁଲ ଫୁଲ ଆସିଥାଏ। ସମଗ୍ର କନ୍ଧମାଳ ଜିଲ୍ଲାର ହଜାର ହଜାର ଆଦିବାସୀ ମହିଳା ହାତରେ ଟୋକେଇ ଧରି ଜଙ୍ଗଲରୁ ମହୁଲ ସଂଗ୍ରହ କରନ୍ତି। ଅଧିକା ମହୁଲ ସଂଗ୍ରହ କଲେ ଅଧିକା ଦି ପଇସା ରୋଜଗାର କରିବେ। ଚଳିତବର୍ଷ ମହୁଲ କିଲୋ ପିଛା ୨୦ରୁ ୨୫ ଟଙ୍କା ରହିଛି। ଜଣେ ମହିଳା ଦିନ କୁ ଅତି ବେଶିରେ ୫ ରୁ ୭କେଜି ମଧ୍ୟରେ ମହୁଲ ଗୋଟାଇ ଥାନ୍ତି। ହେଲେ ଶୁଖିଗଲା ପରେ ଶତକଡ଼ା ୫୦ଭାଗ ଓଜନ କମିଯାଏ ଆଉ ଖୁବ କମ ଟଙ୍କା ମିଳେ ମହୁଲ ସଂଗ୍ରହକାରିଙ୍କୁ। ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରି ଆଣିବା ପରେ ତାକୁ ଭଲଭାବେ ଖରାରେ ଶୁଖାଇବା ପରେ ବିକ୍ରି ପାଇଁ ନେଇଥାନ୍ତି। ମହୁଲ ଫୁଲରେ ଆଦିବାସୀ ମାନେ ପିଠା ପ୍ରସ୍ତୁତ କରି ଖାଆନ୍ତି ଆଉ ଗୋ ଖାଦ୍ୟ ପ୍ରସ୍ତୁତ ରେ ମଧ୍ୟ ଏହା ବ୍ୟବହାର ହୁଏ।ରୋଜଗାର ପାଇଁ ବି ଆଦିବାସୀ ମାନେ ମହୁଲ ସଂଗ୍ରହ କରିଥାନ୍ତି। ମହୁଲ ଗୋଟାଇ ଯାହା କିଛି ପାରିଶ୍ରମିକ ପାଆନ୍ତି ସେଥିରେ ପରିବାର ର ବୋଝ ଟିକିଏ ହାଲକା ହୋଇ ଥାଏ। ହେଲେ ଚଳିତବର୍ଷ ମହୁଲ ଦର କମ ଥିବାରୁ ଚିନ୍ତାରେ ପଡିଛନ୍ତି ମହୁଲ ଗୋଟାଳୀ। ଗତଥର କୋରନା ସଂକ୍ରମଣ ପାଇଁ ଦେଶବ୍ୟାପୀ ଲକ ଡ଼ାଉନ ଥିବାରୁ ମହୁଲ ଫୁଲ ସଂଗ୍ରହ ଓ ବିକ୍ରୀ ରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ସାହୁକାର ମାନଙ୍କୁ ଶାଗ ମାଛ ଦରରେ ବିକ୍ରୀ କରିଥିଲେ। ତେବେ ଏ ବର୍ଷ ଭଲ ଦି ପଇସା ଉପାର୍ଜନ କରିବେ ବୋଲି ଲକ୍ଷ୍ୟ ରଖିଥିଲେ କନ୍ଧମାଳ ର ମହୁଲ ଗୋଟାଳି। ମହୁଲ ସଂଗ୍ରହ କାରୀ ପ୍ରମିଳା ମଲିକଙ୍କ କହିବା କଥା ହେଲା ଦିନ ସାରାଆମେ ମହୁଲ ସଂଗ୍ରହ କରିଥାଉ । ଏଥିପାଇଁ ଦିନକୁ ଦୁଇ ଥର ଆମକୁ ଯିବାକୁ ପଡେ । ଦିନ ସାରା ପରିଶ୍ରମ କଲେ ଆମେ ୪ରୁ ପାଞ୍ଚ କିଲୋ ମହୁଲ ସଂଗ୍ରହ କରିଥାଉ । ସେହିଭଳି ସୁମନ୍ତ ମଲିକ ଙ୍କ କହିବା କଥା ହେଲା ଆମେ ଦିନ ସାରା ମହୁଲ ଗୋଟାଇ ବା ପାଇଁ ପରିଶ୍ରମ କରିଥାଉ କିନ୍ତୁ ଉପଯୁକ୍ତ ଦର ମିଳୁନଥିବାରୁ ଆମକୁ ବାଧ୍ୟ ହୋଇ କମ ଦରରେ ସାହୁକାର ଙ୍କୁ ବିକ୍ରି କରିବାକୁ ପଡୁଛି ।।ସେହିଭଳି ଦିନ କୃଷ୍ଣ ନାୟକ ଙ୍କ କହିବା କଥା ହେଲା ସରକାର ମହୁଲ ଫୁଲ ର ଉପଯୁକ୍ତ ଦର ନିର୍ଦ୍ଧାରଣ କରି ଆମ ଠାରୁ କିଣିଲେ ଆମେ ବହୁତ ଉପକୃତ ହୋଇ ପାରିଥାନ୍ତୁ । ବାସ୍ତବରେ କନ୍ଧମାଳ ଜିଲ୍ଲାରେ ମହୁଲ ଫୁଲ ଉପରେ ବହୁତ ଲୋକ ନିର୍ବର କରନ୍ତି । କିନ୍ତୁ ସରକାର ମହୁଲ ସଂଗ୍ରହ କାରୀ ମାନଙ୍କ ଠାରୁ ଯଦି ମହୁଲ କୁ ଉଚିତ ଦରରେ କିଣି ନିଅନ୍ତି ତେବେ ବେଶ ଲାଭବାନ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ