ଏନ୍ଇପି-୨୦୨୦ ଅନୁଯାୟୀ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ
ରାଇକିଆ,(ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ଯୋତି ମହାବିଦ୍ୟାଳୟ ର ଏନ୍ଏସଏସ ୟୁନିଟ୍ ତରଫରୁ ଗ୍ରୀଷ୍ମ କାଳୀନ (ଏନ୍ଇପି) ଜାତୀୟଶିକ୍ଷା ନୀତି-୨୦୨୦ ଅନୁଯାୟୀ ୨୦୨୫/୨୦୨୬ ଶିକ୍ଷା ବର୍ଷ ର ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ପ୍ରୋଗ୍ରାମ ଅଫିସର୍ ସାରଙ୍ଗଧର ମାମ୍ବାଲାକା ଙ୍କ ତତ୍ୱାବଧାନ ରେ ଆରମ୍ଭ ହୋଇଛି । ନିଯୁକ୍ତିଯୋଗ୍ୟତା ବୃଦ୍ଧି କରିବା, ନାଗରିକ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଣିକେଶ୍ୱର ପଂଚାୟତ ରେ ୩୦ ଜଣ ଛାତ୍ର ଓ ଛାତ୍ରୀ ଙ୍କୁ ନେଇ ସୁଭଦ୍ରା ଯୋଜନା ଓ ଆୟୁଷ୍ମାନ ଯୋଜନା ସମ୍ବନ୍ଧୀୟ ଜନ ସଚେତନତା କରାଯିବା ସହିତ ଏହା ଲୋକଙ୍କୁ କିପରି ସୁବିଧା ଯୋଗାଇଛି ଏଥିରେ ଲାଭବାନ ହୋଇଛନ୍ତି ଏବଂ ଲୋକଙ୍କ ଜୀବଶୈଳୀରେ କିଭଳି ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି ସେ ନେଇ ତଥ୍ୟ ସଂଗ୍ରହ କରିଥିଲେ । ହିତାଧିକାରୀ, ତାଲିମ ଆବଶ୍ୟକତା ଏବଂ ଉଦ୍ୟୋଗ କାର୍ଯ୍ୟକଳାପ ଉପରେ ତଥ୍ୟ ସଂଗ୍ରହ କରି ସୁଭଦ୍ରା ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗଗୁଡ଼ିକ ପାଇଁ ସୁଭଦ୍ରା ଯୋଜନା ଫଳାଫଳ ଏବଂ ସମ୍ବଳ/ଆର୍ଥିକ ଯୋଜନା ଉପରେ ରିପୋର୍ଟ ପ୍ରସ୍ତୁତ କରିଥିଲେ । କାର୍ଯ୍ୟକ୍ରମ ରେ ମାଣିକେଶ୍ୱର ସରପଞ୍ଚ ଝୁଲି ପ୍ରଧାନ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶିବାଜୀ ରାଜ ପ୍ରଧାନ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ।


