କୋଲ୍ଗେଟ୍ ଦେଶର ପ୍ରଥମ ବିଶ୍ୱାସନୀୟ ଓରାଲ୍ କେୟାର ବ୍ରାଣ୍ଡ୍: ନିଲ୍୍ସନ୍ କଞ୍ଜ୍ୟୁମର ସର୍ଭେ

ମୁମ୍ବାଇ (ଏଜେନ୍ସି): ଅଗ୍ରଣୀ ଓରାଲ କେୟାର, କୋଲ୍ଗେଟ୍ ପାମୋଲିଭ୍ (ଇଣ୍ଡିଆ) ଲିମିଟେଡ଼୍ ବ୍ରାଣ୍ଡ୍ କୋଲ୍ଗେଟ୍, କ୍ରମାଗତ ୮ମ ବର୍ଷ ପାଇଁ ଭାରତର ସବୁଠୁ ବିଶ୍ୱସନୀୟ ଓରାଲ୍ କେୟାର ବ୍ରାଣ୍ଡ୍ ମାନ୍ୟତା ବଜାୟ ରଖିଛି । ନିଲସନ୍ ପକ୍ଷରୁ କରାଯାଇଥିବା କଞ୍ଜ୍ୟୁମର୍ ସର୍ଭେରୁ ଏହ ଜଣାପଡ଼ିଛି । ନିଲ୍ସନ୍ର ଏହି ସର୍ଭେକୁ ଇକୋନମିକ୍ ଟାଇମସ୍-ବ୍ରାଣ୍ଡ୍ ଇକ୍ୱିଟି ତରଫରୁ କାର୍ଯ୍ୟକାରୀ କରାଯାଇଥିଲା । ଏ ସମ୍ପର୍କରେ ଇସାମ୍ ବଚାଲାନି, ପରିଚାଳନା କୋଲ୍ଗେଟ୍ ପାମୋଲିଭ୍ (ଇଣ୍ଡିଆ) ଲିମିଟେଡ଼୍ର ନିର୍ଦେଶକ କହିଛନ୍ତି ଯେ କୋଲ୍ଗେଟ୍କୁ ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓରାଲ୍ ବ୍ରାଣ୍ଡ୍ କରିବା ପାଇଁ ପ୍ରତିବର୍ଷ କୋଲ୍ଗେଟ୍ ଉପରେ ପ୍ରକଟ କରିଥିବା ବିଶ୍ୱାସ ପାଇଁ ଗ୍ରାହକଙ୍କ ନିକଟରେ କୃତଜ୍ଞ । ଲୋକଙ୍କ ଜୀବନରେ ବାସ୍ତବ ପ୍ରଭାବ ପକାଇ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଉଦ୍ୟମ କରାଯାଉଛି । କମ୍ପାନୀର ଶ୍ରେଷ୍ଠ ମାନର ଉତ୍ପାଦ ଜରିଆରେ ନିରାପଦ ଓ ଗୁଣାତ୍ମକ ମାନ ପ୍ରଦାନ କରିବାକୁ ୧୦୦% ବଦ୍ଧପରିକର । ବ୍ରାଣ୍ଡ୍ ଇକ୍ୱିଟି ସବୁଠୁ ବିଶ୍ୱସନୀୟ ବ୍ରାଣ୍ଡ୍ ସର୍ଭେକୁ ନିଲସନ୍ ଦ୍ୱାରା କରାଯାଇଥାଏ । ପ୍ରଥମ ପର୍ଯ୍ୟାୟରେ ବିକ୍ରି, ସୋସିଆଲ୍ ମିଡ଼ିଆ ଲୋକପ୍ରିୟତା ଏବଂ ଗଣମାଧ୍ୟମରେ ଉପସ୍ଥିତିକୁ ଅନୁଧ୍ୟାନ କରାଯାଏ । ଏହା ପରେ ବ୍ରାଣ୍ଡ୍ର ଚୁଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଏ । ଚଳିତ ବର୍ଷ ସର୍ଭେରେ ସମୁଦାୟ ୩୪୧ଟି ବ୍ରାଣ୍ଡ୍କୁ ବିଚାରକୁ ନିଆଯାଇଥିଲା ଏବଂ ନମୁନା ପରିମାଣ ୨୨୦୦ ଥିଲା । ୨୦୧୯ ଜାନୁଆରିରେ ଦେଶର ଚାରିଟି ମେଟ୍ରୋ ସହରରେ ଏହି ସର୍ଭେ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ