କୋଭିଡ୍ ହସ୍ପିଟାଲରେ ଅ‌ଗ୍ନିକା‌ଣ୍ଡ : ୫ କରୋନା ରୋଗୀ ଜୀବ‌ନ୍ତ ଦ‌ଗ୍ଧ

ରାୟପୁର: (‌ୱାଇଏନ୍‌ଏସ୍‌): ଛତିଶଗଡ଼ର ରାୟପୁରରେ ଥିବା ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ଅ‌ଗ୍ନିକା‌ଣ୍ଡ ଫଳରେ ୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ରାୟପୁର ସହରର ପାଚପେଡ଼ି ନାକା ଅଞ୍ଚଳରେ ଥିବା ରାଜଧାନୀ ହସ୍ପିଟାଲରେ ଶନିବାର ରାତିରେ ନିଆଁ ଲାଗିଯିବା ଫଳରେ ୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ୩ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି । ଶନିବାର ସନ୍ଧ୍ୟାରେ ହସ୍ପିଟାଲରେ ଅଚାନକ ନିଆଁ ଲାଗି ଯାଇଥିଲା । ଜଣେ ରୋଗୀ ଜଳିଯାଇଥିବା ବେଳେ ଅନ୍ୟ ଚାରିଜଣ ଅଣନିଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଛନ୍ତି । ଦମକଳବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ରୋଗୀମାନଙ୍କୁ ଉଦ୍ଧାର କରିବା ସହ ସହରର ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶୋକ ପ୍ରକାଶ କରିବା ସହ ମୃତକମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ