ସୁନ୍ଦରୀ ହେବାକୁ ଯାଇ ଅସୁନ୍ଦର ହୋଇଗଲେ ହିରୋଇନ୍‌

ଚେନ୍ନାଇ, (‌ୱାଇଏନ୍‌ଏସ୍‌): ନିକଟରେ ଜଣେ ଅଭିନେତ୍ରୀଙ୍କ ପାଇଁ ଏହି ବ୍ୟୁଟି ଟ୍ରିଟ୍‌ମେଣ୍ଟ ମହଙ୍ଗା ପଡିଛି। ସୁନ୍ଦରୀ ହେବାକୁ ଯାଇ ସେ ଅସୁନ୍ଦର ହୋଇ ଫେରିଛନ୍ତି। ତାମିଲ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ରାଇଜା ୱିଲସନ। ସେ ନିକଟରେ ଆହୁରି ସୁନ୍ଦରୀ ହେବା ପାଇଁ ନିଜର ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିବାକୁ ଯାଇଥିଲେ। କିନ୍ତୁ ତାଙ୍କୁ ଏହି ସୁନ୍ଦରୀ ଚିକିତ୍ସା ମହଙ୍ଗା ପଡିଛି। ତାଙ୍କ ମୁହଁ ପୁରାପୁରି ବିଗିଡି ଯାଇଛି। ଡାକ୍ତରଙ୍କ ଭୁଲ୍‌ ଚିକିତ୍ସା ପାଇଁ ଏଭଳି ହୋଇଥିବା ସେ ଆଭିଯୋଗ ଆଣିଛନ୍ତି। ଏଥିସହ ଉକ୍ତ ସ୍କିନ୍‌ ଡାକ୍ତରଙ୍କୁ ସେ ନିନ୍ଦା ମଧ୍ୟ କରିଛନ୍ତି। ସେ ସୋଶାଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ଭୁଲ୍‌ ଟ୍ରିଟ୍‌ମେଣ୍ଟ ପାଇଁ କିଭଳି ତାଙ୍କ ମୁହଁର ସେପ୍‌ ବିଗିଡି ଯାଇଛି, ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଏହି ଫଟୋକୁ ପୋଷ୍ଟ କରି ସେ ଡାକ୍ତରଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗତକାଲି ସେ ଏକ ସାଧାରଣ ବ୍ୟୁଟି ଟ୍ରିଟ୍‌ମେଣ୍ଟ ପାଇଁ ସ୍କ୍ରିନ୍‌ ଡାକ୍ତରଙ୍କ କ୍ଲିନିକ୍‌କୁ ଆସିଥିଲେ। କିନ୍ତୁ ଡାକ୍ତର ଜଣକ ସେ କହିଥିବା ଫେସିଆଲ୍‌ ଟ୍ରିଟମେଣ୍ଟ ନ କରି ଅନ୍ୟ ଏକ ଟ୍ରିଟମେଣ୍ଟ କରିବା ପାଇଁ ବାଧ୍ୟ କରିଥିଲେ, ଯାହା ତାଙ୍କର ଆବଶ୍ୟକ ନଥିଲା। ଏହି ଟ୍ରିଟ୍‌ମେଣ୍ଟ କରିବା ପରେ ଏବେ ତା’ର ପରିଣାମ ସେ ଭୋଗୁଥିବା କହିଛନ୍ତି। ସେପଟେ ଅଭିନେତ୍ରୀ ଜଣକ ଟ୍ରିଟ୍‌ମେଣ୍ଟ ପରେ ଡାକ୍ତରଙ୍କୁ ଭେଟିବା ପାଇଁ ଆସିଥିବା ବେଳେ ସେ କିନ୍ତୁ ଫେରାର ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ