କାନ୍ଥ ପଡି ୨ ମହିଳା ଗୁରୁତର

ରାଜ୍ୟରେ ଗତକାଲିଠାରୁ ଲଗାଣ ବର୍ଷା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗତକାଲି ୩ ଟି ଜିଲ୍ଲାର ୩ ଟି ସ୍ଥାନରେ କାନ୍ଥ ଭୁଷୁଡି ୩ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହାତ ହୋଇଥିବା ଖବର ମିଳିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ପୃଥକ ପୃଥକ ସ୍ଥାନରେ କାନ୍ଥ ଭୁଷୁଡି ୨ ଜଣ ମହିଳା ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ମହିଳାଙ୍କ ପରିଚୟ ଆନନ୍ଦପୁର ଥାନା ପଚାଙ୍ଗ ଗ୍ରାମର ଇତିଶ୍ରୀ ନାୟକ,ଘଷିପୁରାଥାନା ଭଣ୍ଡାରିଡିହା ପଂଚାୟତ ବସନ୍ତ ପୁରା ଗ୍ରାମର ମାଇନା ହାଂସଦା ବୋଲି ଜଣାପଡିଛି ।ଗୁରୁବାର ସଂନ୍ଧ୍ୟାରେ ଇଟାଯୋଡେଇ ମାଟି ବାଡ ଖସିପଡିଥିବାରୁ ଆହାତ ହୋଇଛନ୍ତି ତାଙ୍କୁ ସଂଗେ ସଂଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି ।ସେହିପରି ମାଇନା ତାଙ୍କର ୨ ପୁଅଙ୍କ ସହ ଗୁରୁବାର ରାତିରେ ଶୋଇଥିବା ବେଳେ ଓଦା ମାଟିକାନ୍ଥ ଉପରେ ପଡିଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ