ହିଞ୍ଜିଳିକାଟୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ଶ୍ରେଷ୍ଠ ବିଦ୍ୟାଳୟ ଘୋଷିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୨୦୧୮-୧୯ ଶିକ୍ଷାବର୍ଷ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଶିକ୍ଷାନୁଷ୍ଠାନକୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଘୋଷଣା କରାଯିବା ସହ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇବାକୁ ମନୋନୀତ କରାଯାଇଛି । ଦୀର୍ଘ ବର୍ଷ ଧରି ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିବା ସହ ଗତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଉକ୍ତ ଶିକ୍ଷାନୁଷ୍ଠାନର ୧୦ମ ଶ୍ରେଣୀ ଛାତ୍ର ଅମନ କୁମାର ପାଣିଗ୍ରାହୀ ୫୬୯ ନମ୍ବର ରଖି ଗଂଜାମ ଜିଲ୍ଲା ଟପ୍ପର ଭାବେ ଖ୍ୟାତି ଅର୍ଜନ କରିଥିଲେ । ଅନୁରୂପ ଭାବେ ଏ-୧ରେ ୭, ଏ-୨ରେ ୨୭, ବି-୧ରେ ୪୯, ବି-୨ରେ ୪୩ ଏବଂ ସି ଗ୍ରେଡ଼ରେ ୨୮ ଜଣ ଶିକ୍ଷାର୍ଥୀ କୃତିତ୍ୱର ସହ ଉତୀର୍ଣ୍ଣ ଲାଭ କରିଥିଲେ । ଉକ୍ତ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଘୋଷିତ ହେବା ପରେ ବିଦ୍ୟାମନ୍ଦିରର ପୂର୍ବତନ ସମ୍ପାଦକ ଅରବିନ୍ଦ ପଣ୍ଡା, ସଭାପତି ପ୍ରଦିପ କୁମାର ବିଷୋୟୀ, ପ୍ରଶାସକ ଦ୍ୱୀତିକୃଷ୍ଣ ସାବତ, ବି. ରାମମୃର୍ତି, ଦୀପକ କୁମାର ମହାରଣା, ପ୍ରଧାନଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢି, ସହ ପ୍ରଧାନଆଚାର୍ଯ୍ୟ ସୁଶାନ୍ତ କୁମାର ବିଷୋୟୀ, ବିଦ୍ୟାମନ୍ଦିରରେ କାର୍ଯ୍ୟରତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା, ଅଭିଭାବକ, ଅଭିଭାବିକା ବୃନ୍ଦ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ