ରାଜ୍ୟସ୍ତରରେ ଗଂଜାମ ଜିଲ୍ଲା ପୁରସ୍କୃତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଭୂବନେଶ୍ୱର ଠାରେ ମା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ଗଂଜାମ ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଭାବେ ପୁରୁସ୍କୃତ ହୋଇଛି ।ଗଂଜାମ ଜିଲ୍ଲାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତ ୧୪.୦୧.୨୦୧୯ ତାରିଖରେ ମୋ ଗେହ୍ଲା ଝିଅ ଏବଂ ୧୮.୦୯.୨୦୧୯ ତାରିଖରେ ନିର୍ଭୟ କଢି କାର‌୍ୟ୍ୟକ୍ରମ ସ୍ୱତନ୍ତ୍ର ଭାବେ ଜିଲ୍ଲାରେ ଆରମ୍ଭ କରିଛନ୍ତି । ମୋ ଗେହ୍ଲା ଝିଅ କାର‌୍ୟ୍ୟକ୍ରମ ଦ୍ୱାରା ଗଂଜାମ ଜିଲ୍ଲାରେ କନ୍ୟା ଭ୍ରୃଣ ହତ୍ୟା କମିବା ସହ ଝିଅ ସଂଖ୍ୟା ବୃଦ୍ଧି ପାଇଛି । ଯାହାକି ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି । ସେହିପରି ଗତ ୧୮.୦୯.୨୦୧୯ ତାରିଖରେ ୧୧ରୁ ୧୮ବର୍ଷର ବାଳିକା ମାନଙ୍କ ର କିପରୀ ବାଲ୍ୟ ବିବାହ ରୋକାଯିବ ଏବଂ ଶିଶୁ ମାନଙ୍କ ଏହି କାର‌୍ୟ୍ୟମାଧ୍ୟରେ ସୁରକ୍ଷା ବ୍ୟବସ୍ଥା କରାଯିବ । ତାଉପରେ ପଦକ୍ଷେପ ନିଆଯାଇଛି । ଏହା ପ୍ରତି ମାସ ତୃତୀୟ ଶନିବାର ଦିନ ନିର୍ଭୟ କଢି ଦିବସ ରୂପେ ପାଳନ କରାଯାଉଛି । ଏହାସହ ନିର୍ଭୟ କଢିରେ ପଂଚାୟତ ଠାରୁ ଆରମ୍ଭ ଜିଲ୍ଲାସ୍ତର ପର‌୍ୟ୍ୟନ୍ତ କମିଟି ଗଠନ କାରଯାଇ କାର‌୍ୟ୍ୟକ୍ରମ ବିଭିନ୍ନ ଦିଗ ଉପରେ ପଦକ୍ଷେପ ନିଆଯାଉଛି । ଏହି ଦୁଇଟି ଯୋଜାନର ସଫଳ ରୂପାୟନକୁ ଆଧାରକରି ଗଂଜାମ ଜିଲ୍ଲା କୁ ମା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ କରାଯାଇଛି । ମା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଟୁକୁନି ସାହୁ, ବିଭାଗୀୟ ସଚ୍ଚିବ ସୂଜତା ପାଣ୍ଡିୟାନଙ୍କ ସମେତ ବିଭାଗର ବହୁ ଉଚ୍ଚ ପଦାଧିକାରୀ ମାନେ ଉପସ୍ଥିତ ରହି ଗଂଜାମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ରେଡ୍ଡୀଙ୍କ ଗଂଜାମ ଜିଲ୍ଲା ପାଇଁ ମାନପତ୍ର ଦେଇ ପୁରସ୍କୃତ କରିଛନ୍ତି । ଏହି ପୁରସ୍କାର ପାଇଲା ପରେ ଏହାର ଶ୍ରେୟ ଶ୍ରୀମତି ରେଡ୍ଡୀ ପ୍ରଥମେ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ