ଚିଲିକା ଆଇଏନ୍‍ଏସ୍‍ରେ କାର୍ଯ୍ୟଭାର ଗ୍ରହଣ କଲେ ନୂତନ ନୌସେନା ଅଧିକାରୀ ଋତୁରାଜ ସାହୁ

ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍):ଗତ ୨୫ ତାରିଖରେ କମାଣ୍ଡର ଋତୁରାଜ ସାହୁ ଭାରତୀୟ ନୌସେନାର ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ କେନ୍ଦ୍ର ଆଇଏନ୍‍ଏସ୍‍ ଚିଲିକା ସହିତ ନୌସେନା ଅଧିକାରୀ ପ୍ରଭାରୀ ଭାବେ (ଓଡ଼ିଶା) ଏକ ଆକର୍ଷଣୀୟ ସାମରିକ ପରେଡରେ କମାଣ୍ଡର ମନୀଷ ମିଶ୍ର ଭିଏସ୍‍ ଏମ୍‍ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଆଇଏନ୍‍ଏସ୍‍ ଚିଲିକାର ସମସ୍ତ ଅଧିକାରୀ ଏବଂ ଅନ୍ୟ କର୍ମକର୍ତ୍ତା କମାଣ୍ଡର ଶ୍ରୀ ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ତତ୍‍ପରେ କମାଣ୍ଡର ଶ୍ରୀ ମିଶ୍ର ସମସ୍ତ ସହକର୍ମୀଙ୍କୁ ତାଙ୍କର ସହଯୋଗ ଓ ଉତ୍ସର୍ଗୀକୃତ ଉଦ୍ୟମପାଇଁ ସେ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ ।
୧୯୯୦ ଜୁଲାଇ ୧ରେ ଭାରତୀୟ ନୌସେନାରେ ଭର୍ତ୍ତିହୋଇଥିବା କମାଣ୍ଡର ଋତୁରାଜ ସାହୁ ଓଡ଼ିଶା, ଛତ୍ରପୁରର ବାସିନ୍ଦା । ଶ୍ରୀ ସାହୁ ନୌସେନାରେ କମିଶନ ଭାବେ ଯୋଗ ଦେବାସହ ନୌଯାତ୍ରା ଓ ଦିଗ ବିଭାଗର ପ୍ରମୁଖ ଭାବେ ଥିଲେ । ଜାତୀୟ ସାମରିକ ଏକାଡେମୀ,ଖଡ଼କିବାସ୍‍ଲାର ସ୍ନାତକ ହେଉଛନ୍ତି ଶ୍ରୀ ସାହୁ । ସାମରିକ କଲେଜ ୱେଲିଂଟନରୁ ଷ୍ଟାଫ୍‍ ଶିକ୍ଷା ଓ ଉଚ୍ଚ କମାନ ଶିକ୍ଷା ସହିତ ଏମ୍‍ଫିଲ୍‍ ସାମରିକ ଏବଂ ଷ୍ଟେଟାଜିକ୍‍ ଶିକ୍ଷା ଲାଭ, ବାୟୁ ଯୁଦ୍ଧ କଲେଜ, ସିକନ୍ଦରାବାଦରୁ ଶିକ୍ଷା ଲାଭ ସଂପନ୍ନ କରିଛନ୍ତି । ନିକଟରେ ୨୦୧୮ ଡିସେମ୍ବର ୧୨ରେ ସେ ଜାତୀୟ ସାମରିକ କଲେଜ, ଢ଼ାକା, ବାଲାଂଦେଶ ବିଶ୍ୱବିଦ୍ୟାଳୟରୁ ସାମୁଦ୍ରିକ ଶିକ୍ଷାର ଲକ୍ଷ୍ୟ ଏବଂ ଉନ୍ନତି ଶିକ୍ଷାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ତାଙ୍କ ୨୯ ବର୍ଷ ସେବା ସମୟରେ କମାଣ୍ଡର ଋତୁରାଜ ଅନେକ ସବୁଦ୍ର ଏବଂ ସ୍ଥଳ ବିଭାଗରେ କାମ କରିଛନ୍ତି । ସେ ଭାରତୀୟ ନୌ ଜାହାଜ, କୁଡାଲର,କାରବାର, ଫ୍ରିଗେଟ୍‍ ଜାହା ତରକଶ ଆଦିର କମାନ ଅଧିକାରୀ ଥିଲେ ଏବଂ ଆଇଏନଏସ୍‍ ବିରାଟର ପ୍ରଶାସନିକ ଅଧିକାରୀ ମଧ୍ୟ ଥିଲେ । ସେ ରକ୍ଷା ବିଭାଗ, ଷ୍ଟାଫ ଦରକାରୀ ବିଭାଗ ଏବଂ ଯୁଦ୍ଧ ବିମାନ ବାହକ ବିଭାଗରେ ନିଜର ଦାୟତ୍ୱ ତୁଲାଇଛନ୍ତି । ୨୦୧୪ ମସିହାରେ ରୁଷିଆରୁ ଆଇଏନଏସ୍‍ ବିକ୍ରମାଦିତ୍ୟକୁ ସଫଳତାର ସହିତ ଗ୍ରହଣ କରିଥିବା ସଦସ୍ୟମାନଙ୍କ ମଧ୍ୟରୁ ଋତୁରାଜ ଥିଲେ ଅନ୍ୟତମ । ସେ ମଧ୍ୟ ନୌସେନାର ଉପମୁଖ୍ୟ ପତାକାଧାରୀ (ଦକ୍ଷିଣ) ଏବଂ ପତାକାଧିକାରୀ (ପଶ୍ଚିମ)ଙ୍କ ସହଯୋଗ ଭାବେ କାମ କରିଛନ୍ତି । ନୌସେନାରେ ସଫଳତାର ସହ କାମ କରି ସେ ଓଡ଼ିଶାକୁ ଗର୍ବିତ କରିବା ନିଜ ଜନ୍ମମାଟିର ଟେକ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ