ଭାରତ-ବାଂଲାଦେଶ ସୈନିକଙ୍କ ଦୀପାବଳୀ ଭେଟଘାଟ

ଅଗରତାଲା: ଶୁକ୍ରବାର ଦିନ ଅଖୌରା ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟ୍ ଠାରେ ବର୍ଡର୍ ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) ଏବଂ ବର୍ଡର୍ ଗାର୍ଡସ୍ ବାଲାଂଦେଶ (ବିଜିବି) ମିଷ୍ଟାନ୍ନ ଆଦାନପ୍ରଦାନ କରିଛନ୍ତି । ଦୀପାବଳି ଶୁଭେଚ୍ଛା ଭାବେ ଦୁଇ ବନ୍ଧୁ ଭାବାପନଡ଼ୋଶୀ ଦେଶର ସୈନିକମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବିନିମୟ ହାଇଛି । ଅଖୌରା ବିଜିବି କ୍ୟାମ୍ପର କମ୍ପାନି କମାଣ୍ଡର୍ ଜାହାଙ୍ଗୀର ଆଲାମ କହନ୍ତି: ଏଇଟା ପ୍ରାକ୍‌-ଦୀପାବଳି ପାଳନ ଏବଂ ମିଠା ଦିଆନିଆ ଭାରତ ଓ ବାଂଲାଦେଶର ସମ୍ପର୍କକୁ ଆହୁରି ସରସ କରିବ । ଏହା ଉଭୟ ପକ୍ଷର ସୀମାନ୍ତ ଅଞ୍ଚଳରେ ଅପରାଧ ପରିମାଣ ହ୍ରାସ କରାଇବାରେ ସହାୟକ ହେବ । ପୁରାତନ, ପାରମ୍ପରିକ ପ୍ରଥା ଭାବେ ପ୍ରତିବର୍ଷ ସୈନିକମାନେ ପରସ୍ପରଙ୍କୁ ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଏବଂ ଇଦ୍ ଆଦି ପର୍ବ ଅବସରରେ ମିଷ୍ଟାନ ଦିଅନ୍ତି । ବଡ଼ ଉଦ୍ଦୀପନ୍ନାର ସହ ସମଗ୍ର ଭାରତରେ ଦୀପାବଳି ପାଳନ କରାଯାଏ । ହିନ୍ଦୁ ପୁରାଣ ମତରେ, ସୁଦୂର ଲଙ୍କାରେ ରାକ୍ଷସ ରାଜା ରାବଣଙ୍କୁ ନିହତ କରି ଏବଂ ଦୀର୍ଘ ୧୪ ବର୍ଷର ବନବାସ ଶେଷ କରି ପ୍ରଭୁ ରାମଚନ୍ଦ୍ରଙ୍କ ବାହୁଡ଼ାକୁ ସ୍ମରଣ କରି ଏହି ଉତ୍ସବ ପାଳନ କରାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ