ଇରାକରେ ହିଂସାକାଣ୍ଡ: ୨୪ ମୃତ, ଶତାଧିକ ଆହତ
ଇରାକ : ଇରାକରେ ବେରୋଜଗାରକୁ ରୋଜଗାର ଯୋଗାଇ ଦେବାକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ହିଂସାକାଣ୍ଡ ଘଟି ୨୪ ଜଣ ମୃତ୍ୟୁବରଣ କରିଛନ୍ତି । ଶତାଧିକ ବିକ୍ଷୋଭକାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସର୍ବନିମ୍ନ ସୁବିଧା, ସୁଯୋଗ ଓ ଦୁର୍ନୀତି ବିଲୋପ ପାଇଁ ସରକାରଙ୍କ ବିରୋଧରେ ଚାଲିଥିବା ଏହି ଆନ୍ଦୋଳନ ବେଳେ ସୁରକ୍ଷାକର୍ମୀ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହେବ ଫଳରେ ଏହି ହିଂସାକାଣ୍ଡ ଘଟିଥିଲା । ଆନ୍ଦୋଳନକାରୀମାନଙ୍କୁ ଘଉଡାଇବା ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା ।


