ଚୁଡାନ୍ତ ପଯ୍ୟାଁୟରେ ମାଙ୍କ ସାଜସଜ୍ଜା

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଆସନ୍ତାକାଲି ଦୀପାବଳି । ବିଭିନ୍ନ୍ ପୂଜା ମଣ୍ଡପରେ ପୂଜା ପାଇବେ ମା କାଳୀ । ଏଥିପାଇଁ ସମସ୍ତ ପୂଜା ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି । ଗତ ତିନି ଦିନ ଧରି ଲଗାଣ ବର୍ଷା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଆଜି ପାଗ ଶୁଖିଲା ରହିଥିବାରୁ ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ଚାଲିଛି ଯୁଦ୍ଧ କାଳିନ ଭିତିରେ ପ୍ରସ୍ତୁତି । କେଉଁଠି ମାଁଙ୍କ ମୃର୍ଣ୍ଣୟ ମୃର୍ତ୍ତିରେ ତୁଳି ମାଧ୍ୟମରେ ଶେଷ ସ୍ପର୍ଶ ଦିଆଯାଉଛି ତ କେଉଁଠି ଚାଲିଛି ମାଁ ଙ୍କ ତୋରଣ ସାଜ୍ଜସଜା । ଆସନ୍ତାକାଲି ଆଲୋକର ପର୍ବ ଦୀପାବଳୀ ହୋଇଥିବାରୁ ଚଳଚଞ୍ଚଳ ରହିଛି ରେଶମ ସହର ବ୍ରହ୍ମପୁର । ବିଗତ ବର୍ଷ ମାନଙ୍କରେ କିଛି ସ୍ଥାନରେ ପୂଜା ବନ୍ଦ କରିଦିଆଯାଇଥିବା ବେଳେ ଚଳିତ ବର୍ଷ ଶ୍ରଦ୍ଦାଳୁ ମାନଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି ବେଶ ଆଡମ୍ବର ସହ ତୋରଣ ସାଜ୍ଜସଜା ଓ ପ୍ରସ୍ତୁତ କରାଯାଇଛି । ମାଁ ଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଦାଳୁଙ୍କ ପ୍ରବଳ ସମାଗମ ହେବ ବୋଲି ପୂଜା କମିଟି ଆଶା ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ