ମନକି ବାତରେ ଲୌହ ମାନବ

ଦେଶବାସୀଙ୍କୁ ଦୀପାବଳୀର ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମନକି ବାତ କାର୍ଯ୍ୟକ୍ରମରେ ଅଭିଭାଷଣ ଆରମ୍ଭ କରିଛନ୍ତି । ଆଲୋକର ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସ୍ୱାସ୍ଥ୍ୟ ଓ ସମୃଦ୍ଧି ନେଇ ଆସୁ ବୋଲି ସେ କହିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ଭାରତର ନାରୀଶକ୍ତି ଏବଂ ସେମାନଙ୍କ ଉପଲବ୍ଧିକୁ ଗୁରୁତ୍ୱ ଦେଇ ଆରମ୍ଭ କରାଯାଇଥିବା ଭାରତ କୀ ଲକ୍ଷ୍ମୀ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ । ସେ ସପ୍ତଦଶ ଶତାବ୍ଦୀର ସୁବିଖମନକି ବାତରେ ଲୌହ ମାନବ ଦେଶବାସୀଙ୍କୁ ଦୀପାବଳୀର ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମନକି ବାତ କାର୍ଯ୍ୟକ୍ରମରେ ଅଭିଭାଷଣ ଆରମ୍ଭ କରିଛନ୍ତି । ଆଲୋକର ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସ୍ୱାସ୍ଥ୍ୟ ଓ ସମୃଦ୍ଧି ନେଇ ଆସୁ ବୋଲି ସେ କହିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ଭାରତର ନାରୀଶକ୍ତି ଏବଂ ସେମାନଙ୍କ ଉପଲବ୍ଧିକୁ ଗୁରୁତ୍ୱ ଦେଇ ଆରମ୍ଭ କରାଯାଇଥିବା ଭାରତ କୀ ଲକ୍ଷ୍ମୀ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ । ସେ ସପ୍ତଦଶ ଶତାବ୍ଦୀର ସୁବିଖ୍ୟାତ କବୟିତ୍ରୀ ସାଁଚୀ ହୋନମ୍ମାଙ୍କ ଲିଖିତ କନ୍ନଡ କବିତାର ଆବୃତି କରି ଝିଅମାନେ ଆମର ଗୌରବ ବୋଲି କହିଥିଲେ । ଆସନ୍ତା ନଭେମ୍ବର ୧୨ତାରିଖରେ ସାରା ବିଶ୍ୱରେ ଶ୍ରୀ ଗୁରୁ ନାନକ ଦେବଜୀଙ୍କର ୫୫୦ତମ ପ୍ରକାଶ ଉତ୍ସବ ପାଳନ କରାଯିବା ଅବସରରେ ଶିଖ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଗୁ ନାନକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ । ପ୍ରତିବର୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ଅକ୍ଟୋବର ୩୧ ତାରିଖକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ସମଗ୍ର ଦେଶବାସୀଙ୍କୁ ଏକତ୍ରୀତ ହୋଇ ଦେଶର ସମସ୍ତ ଗୁରୁ ଦାୟିତ୍ୱ ନିର୍ବାହ କରିବା ସହ ଦେଶର ସୁରକ୍ଷା, ଅଖଣ୍ଡତା ଏବଂ ଏକତା ରକ୍ଷା କରିବାର ଆହ୍ୱାନ ଦେଇଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱଚ୍ଛ ସିଆଚୀନ ଅଭିଯାନ ପାଇଁ ସାହସୀ ଯବାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କର ପ୍ରତିବଦ୍ଧତା ପାଇଁ ଦେଶବାସୀଙ୍କ ତରଫରୁ ସେମାନଙ୍କୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସ୍ଥାନୀୟ ସାମଗ୍ରୀ କିଣିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କରିଥିଲେ । ସୁବିଖ୍ୟାତ କବୟିତ୍ରୀ ସାଁଚୀ ହୋନମ୍ମାଙ୍କ ଲିଖିତ କନ୍ନଡ କବିତାର ଆବୃତି କରି ଝିଅମାନେ ଆମର ଗୌରବ ବୋଲି କହିଥିଲେ । ଆସନ୍ତା ନଭେମ୍ବର ୧୨ତାରିଖରେ ସାରା ବିଶ୍ୱରେ ଶ୍ରୀ ଗୁରୁ ନାନକ ଦେବଜୀଙ୍କର ୫୫୦ତମ ପ୍ରକାଶ ଉତ୍ସବ ପାଳନ କରାଯିବା ଅବସରରେ ଶିଖ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଗୁ ନାନକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ । ପ୍ରତିବର୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ଅକ୍ଟୋବର ୩୧ ତାରିଖକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ସମଗ୍ର ଦେଶବାସୀଙ୍କୁ ଏକତ୍ରୀତ ହୋଇ ଦେଶର ସମସ୍ତ ଗୁରୁ ଦାୟିତ୍ୱ ନିର୍ବାହ କରିବା ସହ ଦେଶର ସୁରକ୍ଷା, ଅଖଣ୍ଡତା ଏବଂ ଏକତା ରକ୍ଷା କରିବାର ଆହ୍ୱାନ ଦେଇଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱଚ୍ଛ ସିଆଚୀନ ଅଭିଯାନ ପାଇଁ ସାହସୀ ଯବାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କର ପ୍ରତିବଦ୍ଧତା ପାଇଁ ଦେଶବାସୀଙ୍କ ତରଫରୁ ସେମାନଙ୍କୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସ୍ଥାନୀୟ ସାମଗ୍ରୀ କିଣିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ