ଦୀପାବଳୀରେ ସେକେଣ୍ଡ ଇଂନିସ ଅରମ୍ଭ କଲେ ଖଟ୍ଟର

ଦୀପାବଳି ଅବସରରେ ହରିଆଣାରେ ମୁଖ୍ୟମନ୍ତ୍ରୀ ଭାବରେ ମନୋହରଲାଲ ଖଟ୍ଟର ଦ୍ୱିତୀୟ ଥର ପାଇଁ ଶପଥ ନେଇଥିବାବେଳେ ଜନନାୟକ ଜନତା ପାର୍ଟିର ପ୍ରମୁଖ ନେତା ଦୁଷ୍ୟନ୍ତ ଚୌଟାଲା ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର‌୍ୟ୍ୟ ଉଭୟ ଖଟ୍ଟର ଏବଂ ଚୌଟାଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଆଜି ଅନ୍ୟ କୌଣସି ମନ୍ତ୍ରୀ ଶପଥ ନେଇ ନାହାନ୍ତି । ଖୁବ୍‌ଶୀଘ୍ର ଅନ୍ୟମନ୍ତ୍ରୀ ମାନେ ଶପଥ ନେବେ ବୋଲି ଜଣାପଡ଼ିଛି । ଏହି ଶପଥ ସମାରୋହ ଉତ୍ସବ ଅନ୍ୟମାନଙ୍କ ମଧ୍ୟରେ ବିଜେପିର କାର‌୍ୟ୍ୟକାରୀ ସଭାପତି ଜେ.ପି ନଡ୍ଡା, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳର ନେତା ପ୍ରକାଶ ସିଂହ ବାଦଲ ଓ ସୁଖବୀନ୍ଦର ସିଂହ ବାଦଲ ଉପସ୍ଥିତ ଥିଲେ । ହରିଆଣାର ୯୦ଟି ବିଧାନସଭା ଆସନରୁ ବିଜେପି ୪୦ଟିରେ ଜତିଥିବା ବେଳେ କଂଗ୍ରେସ ୩୧, ଜେଜେପି ୧୦ ଓ ଅନ୍ୟାନ୍ୟ ୯ଟି ଆସନ ଜିତିଛନ୍ତି। ୭ ସ୍ୱାଧୀନ ବିଧାୟକ ଓ ଜେଜେପିର ୧୦ ବିଧାୟକଙ୍କୁ ନେଇ ବିଜେପି ଏଠାରେ ସରକାର ଗଠନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ