ଦିପାବଳୀ ଉପଲକ୍ଷେ ସତସଙ୍ଗ କାର୍ଯ୍ୟକ୍ରମ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଗୋଷାଣୀନୁଆଗାଁସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଦିବ୍ୟ ଜୀବନ ସଂଘ ପକ୍ଷରୁ ଦିପାବଳୀ ଅବସରରେ ଦିବ୍ୟ ଜୀବନ ସଂଘ ଭକ୍ତ ମାନଙ୍କ ଦ୍ୱାରା ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଋଷିକେଶ ଶିବାନନ୍ଦ ଆଶ୍ରମର ବରିଷ୍ଠ ସ୍ୱାମୀ ଶ୍ରୀ ଆଦିତ୍ୟାନନ୍ଦ ସରସ୍ୱତୀ ଯୋଗ ଦେଇ ସ୍ୱାମୀ ଶଙ୍କରାୀନନ୍ଦ ସରସ୍ୱତୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସକାଳେ ୯ଟାରେ ପ୍ରଭାତ ଫେରି , ପାଦ ପୁଜା, ଅର୍ଚ୍ଚନା ପୁଜା , ଆରତୀ ପ୍ନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ଶ୍ରୀ ହରିଶାନନ୍ଦ ସଂଘ ସଭାପତି ସହଦେବ ପାତ୍ର., ବିଶ୍ୱନାଥ ସାହୁ, ବାପି ସାହୁ, ସବିତା ସାହୁ, ମିନତୀ ଦଳାଇ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ