ନୱାଜୁଦ୍ଦିନ୍ଙ୍କୁ ବାନ୍ଧି ନାଚିଲେ ସନ୍ନି
ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନି ସୋଶାଲ୍ ମିଡିଆରେ ପ୍ରାୟ ସମୟ ଆକ୍ଟିଭ୍ ରହନ୍ତି । ଯେତେବେଳେ ବି ସନ୍ନି କିଛି ଭିଡିଓ ଶେଆର କରନ୍ତି, ସେସବୁ ଭାଇରାଲ୍ ହୁଏ । ନିକଟରେ ମଧ୍ୟ ସେମିତି ଏକ ଭିଡିଓ ଭାଇରାଲ୍ ହୋଇଛି । ଏହି ଭିଡିଓରେ ସନ୍ନି ଜବରଦସ୍ତ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି । କେବଳ ସନ୍ନି ନୁହନ୍ତି, ଭିଡିଓରେ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକି ମଧ୍ୟ ଅଛନ୍ତି । ନୱାଜୁଦ୍ଦିନ୍ଙ୍କୁ ଚୌକିରେ ବାନ୍ଧି ଦିଆଯାଇଛି ଓ ସେ ଛାଟିପିଟି ହେଉଛନ୍ତି । ଆଉ ତାଙ୍କ ସମ୍ମୁଖରେ ସନ୍ନି ନାଚୁଛନ୍ତି । ସନ୍ନି କଳା ରଙ୍ଗର ଡ୍ରେସ୍ ପିନ୍ଧି ଏକଦମ୍ ଗ୍ଲାମରସ୍ ଦେଖାଯାଉଛନ୍ତି । ଏହି ଭିଡିଓକୁ ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଛନ୍ତି । ସନ୍ନିଙ୍କ ଦ୍ୱାରା ଶେଆର ହାଇଥିବା ଏହି ଭିଡିଓକୁ ଲୋକେ ୧୩ ଲକ୍ଷରୁ ଅଧିକ ଥର ଦେଖି ସାରିଲେଣି ।
ସୂଚନାଯାଗ୍ୟ, ନିକଟରେ ସନ୍ନିଙ୍କୁ “ଆଇକନ୍ ଅଫ୍ ଦ ଇଅର’ର ଆୱାର୍ଡ ମିଳିଥିଲା । ୨୦୧୨ରେ ସେ ପୂଜା ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ “ଜିସ୍ମ-୨’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଆଗକୁ ତାଙ୍କର କମେଡି ଫିଲ୍ମ “କୋକାକୋଲା’ ରିଲିଜ୍ ହେବ ।


