ସ୍ୱୟମ୍‌ଙ୍କ ଗୁମର ଖୋଲିଲେ ଦାଦା

ଓଲିଉଡର ଅନ୍ୟତମ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ୍ ମଜୁମ୍‌ଦାର୍ । ସେ ଅନେକ ହିଟ୍ ଗୀତ ଦେଇଛନ୍ତି । ସେ ନିଜେ ବି ଭଲ ଗୀତ ଗାଆନ୍ତି । ତେବେ ଓଲିଉଡର “ଦାଦା’ ଭାବେ ପରିଚିତ ଅଭିଜିତ୍ କେବଳ ଜଣେ ଭଲ ସଙ୍ଗୀତ ନିର୍ଦ୍ଦେଶକ ନୁହନ୍ତି, ଅନ୍ୟମାନଙ୍କ ସହିତ ଭଲ ସମ୍ପର୍କ ଗଢ଼ିବାରେ ବି ସେ ମାହିର । କୁହାଯାଏ, ଦାଦାଙ୍କର ସମସ୍ତଙ୍କ ସାଙ୍ଗରେ ଜମେ । ଲାକଙ୍କ ସହିତ ମିଶିବାକୁ ଓ ଗପସପ କରିବାକୁ ସେ ବେଶ୍ ପସନ୍ଦ କରନ୍ତି । ସମସ୍ତଙ୍କ ସହିତ ଭଲରେ ମିଶନ୍ତି ବାଲି କିଏ କେମିତିକା ଲୋକ, ତାହା ବି ତାଙ୍କୁ ଭଲ ଭାବେ ମାଲୁମ୍ ।
ନିକଟରେ ତରଙ୍ଗ ମ୍ୟୁଜିକର “ରେଡିଓ ଟାଇମ୍ସ ୱିଥ୍ ଅନନ୍ୟା’ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ଦାଦା ଗାୟକ ସ୍ୱୟମ୍ ପାଢ଼ୀଙ୍କ ଗୁମର ଖାଲିଥିଲେ । ତା’ହେଲେ ଦାଦା ତାଙ୍କ ସମ୍ପର୍କରେ ଏମିତି କ’ଣ କହିଥିଲେ? ଦାଦା କହିଥିଲେ, ସ୍ୱୟମ୍ ଜଣେ ଛୁପା ରୁସ୍ତମ । ପ୍ରଥମେ ଯେତେବେଳେ “ତୁ ନୂଆ ଶାୟରୀ’ ଗୀତ ଗାଇବା ପାଇଁ ସେ ଆସିଥିଲେ ସେତେବେଳେ ତାଙ୍କ ପାଟିରୁ କଥା ବାହାରୁ ନଥିଲା । ସବୁବେଳେ ସେ ଚୁପ୍‌ଚାପ୍ ରହୁଥିଲେ । କିନ୍ତୁ ଏବେ ଷ୍ଟୁଡିଓରେ ସେ ସବୁଠୁ ଅଧିକ ଦୁଷ୍ଟାମି କରୁଛନ୍ତି । ସବୁଠୁ ଅଧିକ ହଇରାଣ ସେ କରୁଛନ୍ତି । ତେବେ ସ୍ୱୟମ୍‌ଙ୍କ ଗୀତ ଗାଇବାର ଦକ୍ଷତାକୁ ଦାଦା ଭାରି ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ, ନିକଟରେ ଅଭିଜିଦ୍ ମଜୁମ୍‌ଦାରଙ୍କ ନିର୍ଦ୍ଦେଶନାରେ ସ୍ୱୟମ୍‌୍ “ତୁ ଚଞ୍ଚଳ ନଈ’ ଗୀତ ଗାଇଛନ୍ତି । ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହୋଇ ଦଶହରାରେ ରିଲିଜ୍ ହୋଇଥିବା ଫିଲ୍ମ “ମିଷ୍ଟର ମଜନୁ’ରେ ଏହି ରୋମାଣ୍ଟିକ୍ ଗୀତଟି ଅଛି । ଗୀତଟିକୁ ଦର୍ଶକମାନେ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ