ଟ୍ୟାକ୍ସ ଫ୍ରି ହେଲା “ସାଣ୍ଡ କି ଆଁଖ’

ଉତ୍ତର ପ୍ରଦେଶ ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ “ସାଣ୍ଡ କି ଆଁଖ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୱାଲ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଏହି ଫିଲ୍ମରେ ତାପସୀ ପନ୍ନୁ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଟ୍ୱିଟ୍ କରି କେଜ୍ରିୱାଲ୍ ଲେଖିଛନ୍ତି, “ଦିଲ୍ଲୀ ସରକାର ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛନ୍ତି । ଏହି ଫିଲ୍ମ ମାଧ୍ୟମରେ ଦିଆଯାଉଥିବା ବାର୍ତ୍ତା ସବୁ ବର୍ଗର ଲୋକମାନଙ୍କ ପାଖରେ ପହଞ୍ଚିବା ଦରକାର । ଏହି ଫିଲ୍ମରେ ସ୍ୱପ୍ନକୁ ସାକାର କରିବା ଯେଉଁ ଶକ୍ତି ଦରକାର, ତାହା ଦର୍ଶାଯାଇଛି ।
ସୂଚନାଯାଗ୍ୟ, ତୁଷାର ହୀରାନନ୍ଦିନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ନରେ ପ୍ରକାଶ ଝା, ବିନୀତ କୁମାର ସିଂହ ଓ ପବନ ଚୋପ୍ରା ପ୍ରମୁଖ ଅଛନ୍ତି । ଭୂମି ଏବଂ ତାପସୀ ଏହି ଫିଲ୍ମରେ ଜବରଦସ୍ତ ଅଭିନୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ