ଅଭିନୟ କରିବାକୁ ଚାହୁଁ ନାହାଁନ୍ତି ଶାହାରୁଖଙ୍କ ପୁଅ
ମୁମ୍ବାଇ: ଷ୍ଟାର କିଡ୍ ଭାବେ ଏବେ ପରଦାକୁ ଆସିବାକୁ ବାକି ଅଛି ଆର୍ଯ୍ୟନ୍ ଖାଁଙ୍କର । ଶାହାରୁଖ ଖାଁଙ୍କ ବଡ ପୁଅ ହେଉଛନ୍ତି ଆର୍ଯ୍ୟନ୍ । ସେ ବଲିଉଡରେ ଡେବ୍ୟୁ କରିପାରନ୍ତି ବୋଲି ଶୁଣାଯାଉଥିଲା । ଏବେ କିନ୍ତୁ ଏହାକୁ ନେଇ ଶାହାରୁଖ କିଛି ଭିନ୍ନ କଥା କହିଛନ୍ତି । ସେ କହିଛନ୍ତି ଆର୍ଯ୍ୟନ ଏବେ ଲସ୍ ଆଞ୍ଜେଲସରେ ଫିଲ୍ମ ମେକିଙ୍ଗ କୋର୍ସ କରୁଛନ୍ତି । ତେଣୁ ସେ ଅଭିନୟ ଅପେକ୍ଷା ଫିଲ୍ମ ମେକିଙ୍ଗ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି । ସାଧାରଣତଃ ଷ୍ଟାର କିଡମାନେ ଅଭିନୟକୁ ଅଧିକ ପସନ୍ଦ କରନ୍ତି । କିନ୍ତୁ ଆର୍ଯ୍ୟନଙ୍କ ପାଖେ ସେମିତି କିଛି ଗୁଣ ଦେଖାଯାଉ ନ ଥିବା ପ୍ରକାଶ କରିଛନ୍ତି ପିତା ଶାହାରୁଖ ।