ଟାଟା ଏସି ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ହିିଞ୍ଜିଳିକାଟୁ, (ଶେଷଦେବ ସାହୁ): ୫୯ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖ ରାଜପଥ ଉପରେ ରବିବାର ଅପରାହ୍ନରେ ଟାଟା ଏସି (ଓଆର୦୭ଏସ ୬୦୪୮)ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ପରିଚୟ ହିଞ୍ଜିଳି ଥାନା ଆଡ଼ପଡ଼ା ଫାଣ୍ଡି ଗଣେଷପେଣ୍ଠ ସାହିର ରବି ସାମଲ (୨୬) ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଆହାତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଡ଼ପଡ଼ା ଗ୍ରାମର ରବି ସମ୍ପର୍କୀୟଙ୍କ ଘର ହିଞ୍ଜିଳିକାଟୁ ଆସି ବଜାର ସଉଦା ସାରି ସାଇକେଲ ଯୋଗେ ଫେରୁଥିବା ବେଳେ ବ୍ରହ୍ମପୁର ଦିଗରୁ ଏକ ଟାଟା ଏସି ଆସି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖ ରାଜପଥ ଉପରେ ସାଇକେଲକୁ ଧକ୍କା ଦେଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପଂହଚିଦୂର୍ଘଟଣା ଘଟାଈଥିବା ଗାଡ଼ିକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ