ଜଣେ ପ୍ରତିଯୋଗୀଙ୍କୁ ଉପହାର ଦେଲେ ନେହା

ବଲିଉଡରେ ଇମୋସନାଲ୍ ଗାୟିକା ଭାବେ ପରିଚିତ ନେହା କକ୍କର ଅନ୍ୟର ଦୁଃଖକୁ ଆଦୌ ଦେଖି ପାରନ୍ତିନାହିଁ । ଏମିତିକି ଇମୋସନାଲ୍ ଗୀତ ଶୁଣିଲେ ବି ତାଙ୍କ ଆଖିରୁ ଲୁହ ଝରିଯାଏ । “ଇଣ୍ଡିଆନ୍ ଆଇଡଲ୍‌’ ଶୋ’ରେ ଅନେକ ଥର ସେ କାନ୍ଦିଛନ୍ତି । ସେଥିପାଇଁ କେହି କେହି ତାଙ୍କୁ କାନ୍ଦୁରୀ ନେହା କହନ୍ତି । ଏମିତି କିଛି ଘଟଣା “ଇଣ୍ଡିଆନ୍ ଆଇଡଲ୍ ୧୧’ରେ ମଧ୍ୟ ଦେଖିବାକୁ ମିଳିଛି ।
ଏଥରେ ଆସିଥିବା ଜଣେ ପ୍ରତିଯୋଗୀଙ୍କ ସଂଘର୍ଷର କାହାଣୀ ଶୁଣିବା ପରେ ନେହା ଭାବବିହ୍ୱଳ ହୋଇଯାଇଥିଲେ ଓ ୧ ଲକ୍ଷ ଟଙ୍କା ଦେଇ ଘରକୁ ଯାଇ ପରିବାର ଲୋକଙ୍କ ସହିତ ଦୀପାବଳି ପାଳିବାକୁ କହିଥିଲେ । ଏହି ପ୍ରତିଯୋଗୀ ଜଣଙ୍କ ହେଉଛନ୍ତି ଝାଡ଼ଖଣ୍ଡର ଦିବସ । ଏହାର ଏକ ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଦେଖିବାକୁ ମିଳିଛି । ଏଥିରେ ଜଜମାନେ ତାଙ୍କୁ ଦୀପାବଳି କିପରି ପାଳନ କରୁଛ ବୋଲି ପ୍ରଶ୍ନ କରିଛନ୍ତି । ଏହା ଶୁଣି ଦିବସଙ୍କ ଆଖି ଜକେଇ ଯାଇଥିଲା । ଦିବସ କହିଥିଲେ ଯେ ସେ ୬ ବର୍ଷ ହେଲାଣି ଘରଠାରୁ ଦୂରରେ ରହୁଛନ୍ତି । ସେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଓ କେବଳ ବାଣ ଫୁଟିବାର ଶବ୍ଦ ଶୁଣୁଥିଲେ ।
ଏହା ଶୁଣିବା ପରେ ତିନି ଜଣ ଯାକ ଜଜ୍ ନିରବ ହୋଇଯାଇଥିଲେ । ତା’ପରେ ନେହା ତାଙ୍କୁ ଘରକୁ ଯାଇ ପରିବାର ଲୋକଙ୍କ ସହିତ ଦୀପାବଳି ପାଳିବାକୁ କହିଥିଲେ । ଏହା ସହିତ ସେ ତାଙ୍କୁ ୧ ଲକ୍ଷ ଟଙ୍କାର ଦୀପାବଳି ଉପହାର ଦେଇଥିଲେ । ସେହି ଟଙ୍କାରେ ପରିବାର ଲୋକଙ୍କ ପାଇଁ ଉପହାର ନେଇ ଯିବା ପାଇଁ ସେ ଦିବସଙ୍କୁ କହିଥିଲେ । ବିମାନରେ ଘରକୁ ଯାଇ ଦୀପାବଳି ପାଳି ଫେରି ଆସିବାକୁ ସେ ତାଙ୍କୁ କହିଥିଲେ । ଏଥିପାଇଁ ଦିବସ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଝାଡ଼ଖଣ୍ଡର ଦିବସ ବଢ଼ିଆ ଗୀତ ଗାଉଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ବି ତାଙ୍କର ଫ୍ୟାନ୍ ହୋଇଯାଇଛନ୍ତି ଓ ଟ୍ୱିଟ୍ କରି ତାଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ