ହୁକା ଟାଣିଥିଲେ, ଗୋବର ଉଠାଇଥିଲେ
ରିଲିଜ୍ ହୋଇଛି ବଲିଉଡ୍ ଫିଲ୍ମ “ସାଣ୍ଡ କି ଆଁଖ’ । ଗତ ୨୫ ତାରିଖରେ ଫିଲ୍ମଟି ରିଲିଜ୍ ହୋଇଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ତାପସୀ ପନ୍ନୁ ଓ ଭୂମି ପେଡନେକର । ଫିଲ୍ମଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଥିବା ବେଳେ ଏହି ଫିଲ୍ମ ପାଇଁ ଏହି ଦୁଇ କଳାକାରଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା ।
ନିକଟରେ ଏକ ସାକ୍ଷାତକାରରେ ଭୂମି କହିଥିଲେ ଯେ ଏହି ଫିଲ୍ମ ପାଇଁ ସେ ହୁକା ଟାଣିବା ଅଭ୍ୟାସ କରିଥିଲେ । ତା’ସହିତ ଗୋବର ଉଠାଇବାଠାରୁ ଆରମ୍ଭ କରି ଏଥିରେ ହେଉଥିବା ବିଭିନ୍ନ କାମର ଅଭ୍ୟାସ ମଧ୍ୟ କରିଥିଲେ । ସେହିଭଳି ଗାଁରେ ରହୁଥିବା ଜଣେ ମହିଳାଙ୍କୁ ଘରେ ଯେଉଁ ସବୁ କାର୍ଯ୍ୟ କରିବାକୁ ପଡ଼ିଥାଏ, ସେସବୁ କାମ ବି ସେ ଅଭ୍ୟାସ କରିଥିଲେ । କାରଣ ଫିଲ୍ମରେ ସେ ଗାଁରେ ରହୁଥିବା ଜଣେ ମହିଳାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ତେଣୁ ଚରିତ୍ରକୁ ଶତପ୍ରତିଶତ ନ୍ୟାୟ ଦେବା ପାଇଁ ସେ ଏସବୁ କାମର ଅଭ୍ୟାସ କରିଥିଲେ । ତାଙ୍କ ଭଳି ତାପସୀ ମଧ୍ୟ ଏହି ଫିଲ୍ମରେ ଜଣେ ଗାଁ ମହିଳା ଚରିତ୍ରରେ ଅଭିନୟ କରିଛନ୍ତି । ସୂଚନାଯୋଗ୍ୟ, ତୁଷାର ହୀରାନନ୍ଦିନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ସାର୍ପ ଶୁଟର୍ ଚନ୍ଦ୍ରା ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ ଉପରେ ଆଧାରିତ ହାଇଛି । ସ୍ୱପ୍ନକୁ ସାକାର କରିବା ପାଇଁ ବୟସର କିପରି କିଛି ସୀମା ନଥାଏ, ତାହା ଏ ଫିଲ୍ମରେ ଦର୍ଶାଯାଇଛି ।


