ରୋମ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ “ମେଘାଜ୍ ଡିଭୋର୍ସ’ ପ୍ରଦର୍ଶିତ

ଭୁବନେଶ୍ୱର : ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଓଡ଼ିଆ ପୁଅ ନୀଳମାଧବ ପଣ୍ଡାଙ୍କ ନିର୍ମିତ ଚଳଚ୍ଚିତ୍ର “ମେଘାଜ୍ ଡିଭୋର୍ସ’ ରୋମର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଛି । ଏହି ଉତ୍ସବରେ ୧୧ଟି ଦେଶର ଚଳଚ୍ଚିତ୍ର ନିର୍ମାତା ପାଣିପାଗ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ସଚେତନତାଧର୍ମୀ ଚଳଚ୍ଚିତ୍ର ପ୍ରଦର୍ଶନ କରିଥିବା ବେଳେ ମେଘାଜ୍ ଡିଭୋର୍ସ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଥିଲା । ଏନେଇ ଶ୍ରୀ ପଣ୍ଡା କହିଛନ୍ତି, ମୁଁ ରୋମରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଂଶଗ୍ରହଣ କରି ଗର୍ବିତ । ବିଶେଷକରି ମେଘାଜ୍ ଡିଭୋର୍ସ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବାରେ ଅନେକ ପରିମାଣରେ ସହାୟକ ହୋଇପାରିଛି ବୋଲି ମୋ’ର ଆଶା । ବହୁତ ଶୀଘ୍ର ଏହି ଚଳଚ୍ଚିତ୍ର ଭାରତରେ ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ