ଆସନ୍ତା ନଭେମ୍ୱର ୩ରେ ଜାତୀୟ ସ୍କେଟିଂ ପ୍ରତିଯୋଗୀତା ପାଇଁ ସ୍କେଟର ଚୟନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଆସନ୍ତା ଡିସେମ୍ୱର ୧୫ ରୁ ୨୪ତାରିଖ ପର‌୍ୟ୍ୟନ୍ତ ବିଶାଖାପାଟନମ୍ ଠାରେ ୫୭ତମ ଜାତୀୟ ରୋଲର ସ୍କେଟିଂ ଚମ୍ପିୟାନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗୀତାକୁ ଆନ୍ଧ୍ରପ୍ରଦେଶ ରୋଲର ସ୍କେଟିଂ ଆସୋସିଏସନ ପରିଚାଳନା କରୁଥିବା ବେଳେ ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜନ କରାଯାଉଛି। ଏହି ଚମ୍ପିୟଆନସିପରେ ୧୫ରୁ ୧୭ତାରିଖ ପର‌୍ୟ୍ୟନ୍ତ କ୍ୟାଡେଟ୍ ଗ୍ରୁପ୍ ଓ ୧୮ରୁ ୨୪ ତାରିଖ ପର‌୍ୟ୍ୟନ୍ତ ସବ୍ ଜୁନିୟର, ଜୁନିୟର, ସିନିୟର ଓ ମାଷ୍ଟର ଗ୍ରୁପର ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାର ପୂର୍ବରୁ ଆସନ୍ତା ମାସ ୩ତାରିଖରେ ବ୍ରହ୍ମପୁର ଉପକଣ୍ଠ ଭାବନ୍ଧ ସ୍ଥିତ ଗାନ୍ଧୀ ସ୍କୁଲ ଅଫ୍ ଇଞ୍ଜିନିୟରିଂ କଲେଜ ପରିସରରେ ରାଜ୍ୟ ସ୍ତରୀୟ ଏକ ଚୟନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୫ ବର୍ଷରୁ ୧୭ବର୍ଷର ସ୍କେଟର ଓ ତାଠାରୁ ଅଧିକା ବର୍ଗର ସ୍କେଟର ଅଂଶ ଗ୍ରହଣ କରିପାରିବେ। ଏହି ଚୟନ ଶିବିରକୁ ଗଞ୍ଜାମ ଜିଲ୍ଲା ରୋଲର ସ୍କେଟିଂ ଆସୋସିଏସନ ପରିଚାଳନା କରୁଥିବା ବେଳେ ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆର ଓଡ଼ିଶା ୟୁନିଟର ସହକାରୀ ସଂଯୋଜକ ଅମିତ ଶର୍ମାଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହେବ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨ଶହରୁ ଅଧିକା ସ୍କେଟରମାନେ ଏହି ଚୟନ ଶିବିରରେ ଅଂଶ ଗ୍ରହଣ କରିବେ। ଏହା ସହ ଏହି ଚୟନ ଶିବିର ସମ୍ପର୍କରେ ଅଧିକା ଜାଣିବା ପାଇଁ ଏହି ମୋବାଇଲ ନମ୍ୱର –୯୭୭୮୬୬୬୦୨୧ରେ ଯୋଗାଯୋଗ କରିପାରିବେ। ଓଡ଼ିଶା ସ୍କେଟିଂ ଟିମ୍ ପାଇଁ କିଭଳି ଅଧିକାରୁ ଅଧିକା ସ୍କେଟରମାନେ ଜାତୀୟ ପ୍ରତିଯୋଗୀତାରେ ଭାଗ ନେବେ ସେଥିପାଇଁ ସମସ୍ତ ବର୍ଗର ସ୍କେଟରମାନେ ଏହି ଚୟନ ଶିବିରରେ ଅଂଶ ଗ୍ରହଣ କରିବା ଲାଗି ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆର ଓଡ଼ିଶା ୟୁନିଟ ପକ୍ଷରୁ ଆହ୍ୱାନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ