ତାପସୀଙ୍କ ଅନ୍ଧବିଶ୍ୱାସ

ଅଭିନେତ୍ରୀ ତାପସୀ ପନ୍ନୁ । ଭିନ୍ନ କାହାଣୀକୁ ନେଇ ସେ ସବୁବେଳେ ଫିଲ୍ମ କରିବାକୁ ଇଚ୍ଛା ରଖୁଥିବା ସହ ନିଜ ଜୀବନ୍ତ ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ମନାରଞ୍ଜନ କରିଥାନ୍ତି । କିଛି ଦିନ ତଳେ ତାଙ୍କର ଫିଲ୍ମ ସାଣ୍ଡ କି ଆଁଖ ରିଲିଜ୍ ହୋଇଥିବା ବେଳେ ଏବେ ତାହା ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ତେବେ ଫିଲ୍ମର ପ୍ରମୋସନ ସମୟରେ ତାପସୀ ନିଜର ଅନ୍ଧବିଶ୍ୱାସ ବିଷୟରେ ଜଣାଇଛନ୍ତି । ତାପସୀଙ୍କ ଅନୁଯାୟୀ, ଫିଲ୍ମରେ କୋର୍ଟ ରୁମ୍ ଡ୍ରାମା ଥିଲେ, ତାହା ତାଙ୍କ ପାଇଁ ଶୁଭ ହୋଇଥାଏ । ଫିଲ୍ମ ପିଙ୍କ୍‌, ବଦଲା ଓ ମୁଲକ ଭଳି ଫିଲ୍ମରେ କୋର୍ଟ ରୁମ୍ ଡ୍ରାମା ଥିବା ବେଳେ ଫିଲ୍ମଗୁଡ଼ିକ ତାପସୀଙ୍କୁ ସ୍ୱତନ୍ତ୍ର ପରିଚୟ ଦେବା ସହ ବକ୍ସ ଅଫିସରେ ହିଟ୍ ହାଇଥିଲା । ଫିଲ୍ମ ସାଣ୍ଡ କି ଆଁଖରେ ତାପସୀ କୋର୍ଟ ରୁମ୍ ଡ୍ରାମା କରିବାକୁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା । କିନ୍ତୁ ପରେ ଗ୍ରାମ ପଞ୍ଚାୟତର ଏକ ଦୃଶ୍ୟ ଫିଲ୍ମରେ ରଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ