ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ପାଇଁ ବିଡିଓଙ୍କ ନିକଟରେ ଦାବି

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ନାହା ଗ୍ରାମ ରାସ୍ତାର ଉନ୍ନତି କରଣ ପାଇଁ ‘ସର୍ଭ ଫର ପିପୁଲ’ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିଡିଓଙ୍କ ନିକଟରେ ଦାବି କରାଯାଇଛି । ସେମାନଙ୍କ ଅଭିଯୋଗ ଅନୁଯାଇ ନାହା ଗ୍ରାମରେ ଦୁଇଶହରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ଗ୍ରାମର ମୁଖ୍ୟ ରାସ୍ତାଟି ଆର.ଡି ରୋଡ ଠାରୁ ଗାଁ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ରାସ୍ତାରେ ଖାଲଖମା ସହିତ କାଦୁଅ ରାସ୍ତା ଯୋଗୁଁ ଲୋକମାନେ ଯିବା ଆସିବାରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଗ୍ରାମର ପ୍ରତ୍ୟେକ ସାହିକୁ ସଂଯୋଗୀ କରଣ ରାସ୍ତା ନିର୍ମାଣ ହୋଇପାରି ନାହିଁ । ବର୍ଷାଦିନେ ସାହି ଭିତରକୁ ଯିବା ଆସିବା ସମ୍ଭବପର ହେଉ ନାହିଁ । ଡ୍ରେନ ନଥିବାରୁ ରାସ୍ତା ଉପରେ ବର୍ଷାଜଳ ଜମିରହି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଫଳରେ ଗାଁ ଲୋକଙ୍କ କ୍ଷେତ୍ରରେ ଗମନା ଗମନ ଓ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଛି । ଏନେଇ ସର୍ଭଫର ପିପୁଲ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଜି ସଭାପତି ଚନ୍ଦ୍ରମୌଳି ମହାନ୍ତିଙ୍କ ନେତୃତ୍ୱରେ ତାପସ ରାଉତ, ଦିଗାମ୍ବର ଦାସ, ରାଜୀବ ଜେନା, ବିଜୟ ରାଉତ, ମିହିର ରାଉତ, ଚିତ୍ତରଞ୍ଜନ ମହାନ୍ତି, ବିଶ୍ୱରଞ୍ଜନ ଜେନା, ଆଶୁତୋଷ ରାଉତ, ସୌମ୍ୟ ରଞ୍ଜନ ସାମଲ, ସୁନିଲ ମହାନ୍ତି, ଅଞ୍ଜନ ଜେନା ପ୍ରମୁଖ ହାଟଡିହି ବ୍ଲକର ବିଡିଓ ସୁଶାନ୍ତ ବାରିକଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାିବା ସହିତ କିପରି ରାସ୍ତା ଓ ଡ୍ରେନ ନିର୍ମାଣ କରାଯିବ ସେନେଇ ଦାବି ଉପସ୍ଥାପିତ କରିଛନ୍ତି । ବିଡିଓ ଏ ସମ୍ପର୍କରେ ସଢ଼ା ପଞ୍ଚାୟତର ସରପଞ୍ଚଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ