ଓଆଇସି ପକ୍ଷରୁ ୩୫ ଜଣଙ୍କୁ ବରିଷ୍ଠ ନାଗରିକ ସମ୍ମାନ
ଭୂବନେଶ୍ୱର (ଯୁଗାବ୍ଦ ନ୍ୟୁଜ) : ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଆରସିସି କଲେଜ ସଭା ପ୍ରେକ୍ଷାଳୟରେ ୩୫ ଜଣ ସାଧାରଣ ନାଗରିକ ଓ ୭୦ ବର୍ଷରୁ ଅଧିକ ବ୍ୟକ୍ତି ମାନଙ୍କୁ ବରିଷ୍ଠ ନାଗରିକ ସମ୍ମାନ କରାଯାଇଛି । ଏହି ସଭାର ମୂଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀଯୁକ୍ତ ଶରତ ଦାସ , ମୁଖ୍ୟବକ୍ତା ରୁପେ ଏମସର ପୂର୍ବତନ ନିର୍ଦେଶକ ଡ ଅଶୋକ କୁମାର ମହାପାତ୍ର , ଯୋଗ ଦେଇଥିବା ବେଳେ ମୁଖ୍ୟ ସମ୍ମାନିତ ଅତିଥି ଭାବେ ଅନୁଗୁଳ ଜିଲ୍ଲା କଞ୍ଜୁମର କୋର୍ଟର ଅଧ୍ୟକ୍ଷ ଦୁର୍ଗା ଚରଣ ମିଶ୍ର । ଡ ଅଶୋକ ମହାପାତ୍ର ବରିଷ୍ଠ ନାଗରିକ ମାନଙ୍କର ସୁସ୍ଥତା ମଣିଷକୁ ଯେତିକି ସୁଖ ଦେଇନଥାଏ ଆଧାତ୍ମିକ ଓ ମାନସିକତା ମଣିଷକୁ ଅଧିକ ଶାନ୍ତି ଦେଇଥାଏ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୁଚିସ୍ମିତା ପୃଷ୍ଟି ,ଜୟ ପ୍ରକାଶ ମିଶ୍ର , କୁମୁଦିନୀ ପଣ୍ଡା , ଇନ୍ଦିରା ମିଶ୍ର , ଗିତାଞ୍ଜଳି ପଣ୍ଡା , ଭାବଗ୍ରାହୀ ଶାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।


