ପୁଣି ଥରେ ଓଲିଉଡକୁ ଫେରିଲେ ଅମ୍ଳାନ ଓ ଶ୍ରଦ୍ଧା
ଆଗାମୀ ନଭେମ୍ବର ୧ ତାରିଖରେ ରିଲିଜ୍ ହେବ ନୂଆ ସିନେମା “ଫ୍ରମ୍ ମି ଟୁ ୟୁ’ । ଏହାର କାହାଣୀକାର, ନିର୍ଦ୍ଦେଶକ ଓ ପ୍ରଯୋଜକ ହେଲେ ହେମନ୍ତ ସାହୁ । ଏହି ଓଡ଼ିଆ ସିନେମା ଜରିଆରେ ଓଲିଉଡକୁ ଫେରିଲେ ଅମ୍ଳାନ ଓ ଶ୍ରଦ୍ଧା । ନିଂରଜନ ରଣାଙ୍କ ପ୍ରଯାଜିତ ତଥା ଏସ୍.କେ.ମୁରଲୀଧରନଙ୍କ ନିର୍ଦ୍ଦେଶିତ ଫିଲ୍ମ “ଟାର୍ଗେଟ୍’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ ଅମ୍ଳାନ । ଏହି ସିନେମାରେ ଅମ୍ଳାନଙ୍କ ବିପକ୍ଷରେ ନାୟିକା ବନିଥିଲେ ନବାଗତା ଝିଲିକ୍ । ବେଙ୍ଗଲି ବିଉଟି ଝିଲିକଙ୍କ ସହ ଅମ୍ଳାନଙ୍କ ଯୋଡ଼ି ବେଶ୍ ଜମିଯାଇଥିଲା । ୨୦୧୩ରେଏହି ସିନେମା ରିଲିଜ୍ ହୋଇଥିଲା ।୨୦୧୭ରେ ରିଲିଜ୍ ହୋଇଥିବା “ବଜରଙ୍ଗୀ’ରେ ଦର୍ଶକ ଶେଷ ଥରଲାଗି ଅମ୍ଳାନଙ୍କୁ ଦେଖିବାକୁ ପାଇଥିଲେ ।
“ଫ୍ରମ୍ ମି ଟୁ ୟୁ’ରେ ଏବେ ଅମ୍ଳାନ ଯେଉଁ ନାୟିକାଙ୍କ ସହ ପରଦାକୁ ଆସୁଛନ୍ତି ତାଙ୍କର ନାଆଁ ହେଲା ଶ୍ରଦ୍ଧା, ଯିଏ କି ମିଠାମିଠା ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ।”ଫ୍ରମ୍ ମି ଟୁ ୟୁ’ ହେଉଛି ଶ୍ରଦ୍ଧାଙ୍କର ଦ୍ୱିତୀୟ ଓଡ଼ିଆ ସିନେମା । ତେବେ ପ୍ରଥମ ସିନେମା ପରେ ଶ୍ରଦ୍ଧା ଟେଲି ଦୁନିଆଁରେ ଅଧିକ ସକ୍ରିୟ ରହି ଫିଲ୍ମ ପାଇଁ ସମୟ ଦେଇପାରୁନଥିଲେ । ଏହି ସିନେମାରେ ଅମ୍ଳାନ-ଶ୍ରଦ୍ଧାଙ୍କ ବ୍ୟତୀତ ଆଉଜଣେ ନାୟକଙ୍କୁ ଦେଖିବାକୁ ମିଳିବ । ସେ ହେଲେ ଓଲିଉଡର ଜଣାଶୁଣା ନାୟକ ଜ୍ୟାତି ।