୧୫ଦିନ ହେଲା ସମଣା ସ୍କୁଲରେ ନଳକୂପ ଅଚଳ, ଛାତ୍ରଛାତ୍ରୀ ହନ୍ତସନ୍ତ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ସମଣା ପଞ୍ଚାୟତରେ ଥିବା ସମଣା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଆଜକୁ ୧୫ଦିନ ହେବ ନଳକୂପଟି ଅଚଳ ହୋଇପଡିଥିବାରୁ ଛାତ୍ରଛାତ୍ରୀ ମାନେ ନାନା ଅସୁବିଧା ଭୋଗ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାଇ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଞ୍ଚଟି ଶ୍ରେଣୀରେ ମୋଟ ୭୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ପରିସରରେ ଗୋଟିଏ ମାତ୍ର ନଳକୂପ ଅଛି । କିନ୍ତୁ ଏହି ନଳକୂପଟି ଦୀର୍ଘ ୧୫ଦିନ ହେବ ଅଚଳ ହୋଇପଡିଥିବାରୁ ପିଲାମାନେ ପାଣିଟୋପାଏ ପିଇବାକୁ ଡହଳ ବିକଳ ହେଉଛନ୍ତି । ଐପରିକି ମଧ୍ୟାହ୍ୱ ଭୋଜନ ରୋଷେଇ ମଧ୍ୟ ଠିକ ଭାବେ ହୋଇପାରୁନି । ସ୍କୁଲ ଠାରୁ ଦୁରରେଥିବା ଏକ ବ୍ୟକ୍ତିଗତ ନଳକୂପରୁ ପାଣି ଆଣି ରୋଷେଇ କରୁଥିବାବେଳେ ଅନେକ ସମୟରେତାଙ୍କ ଗେଟର ଚାବି ପଡୁଥିବାରୁ ପାଣି ଅଣାଯାଇ ଠିକ ସମୟରେ ରୋଷେଇ କରାଯାଇ ପାରୁ ନାହିଁ । ଏପରିକି ବିଦ୍ୟାଳୟ ଶୌଚାଳୟ ମଧ୍ୟ ପାଣି ଅଭାବରୁ ବନ୍ଦ ହୋଇଯାଇଛି । ଉଚ୍ଚ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନନେଲେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ବାଧ୍ୟ ହୋଇ ବନ୍ଦ କରିବୁ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି । ପାଣି ପାଇଁ ଏପରି ନାନା ସମସ୍ୟା ଦେଖାଦେଇଥିବାବେଳେ ସ୍କୁଲର ପ୍ରଧାନ ଶିକ୍ଷକ ଏନେଇ ସମଣା ସରପଞ୍ଚ, ପିଇଓ ଏବଂ ବିଡିଓଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳି ପାରୁନାହିଁଁ ବୋଲି ସ୍କୁଲ କମିଟି ସଭାପତି ଜଗତ ଜୀବନ ସାହା, ଗୌରହରୀ ସାହା, ରବିନ୍ଦ୍ର ପ୍ରଧାନ, ସୁରେଶ କୁମାର କାଣ୍ଡି, ଚକ୍ରଧର ନାୟକ, ଗୌରାଙ୍ଗ ମାଝୀ, ପ୍ରତିମା ବୋଇତେଇ, ଝୁନୁଲତା କାଣ୍ଡି, ରତି କାଣ୍ଡି, ଶକୁନ୍ତଳା ମହାନ୍ତି, ଶାନ୍ତିଲତା ରାଉଳ, ଦମୟନ୍ତୀ ପଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତି । ତୁରନ୍ତ ବିଦ୍ୟାଳୟର ନଳକୂପ ମରାମତି କରି ପିଲାମାନଙ୍କୁ ପାନୀୟଜଳ ଯୋଗାଇବାକୁପରିଚାଳନା କମିଟି ଦାବି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ