ସହାୟତାର ହାତ ବଢାଇଲା ସର୍ଭଫର ପିପୁଲ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ବିଣାପାଟିଆ ଗାଁରେ ଅସହାୟ ହୋଇପଡିଥିବା ୪ଜଣ ଶିଶୁଙ୍କୁ ସହାୟତାର ହାତ ବଢ଼ାଇଛି ସର୍ଭଫର ପିପୁଲ । ବାପା ଜେଲରେ ଥିବାବେଳେ ମା ୪ଛୁଆଙ୍କୁ ଛାଡି ଚାଲିଯିବା ପରେ ଏହି ୪ଜଣ ଶିଶୁ ଅନାଥ ହୋଇଯାଇଛନ୍ତି । ଏ ସମ୍ପର୍କରେ ଗଣମାଦ୍ୟମରେ ବିସ୍ତୃତ ଖବର ପ୍ରକାଶ ପାଇବାପରେ ସର୍ଭଫର ପିପୁଲ ସ୍ୱେଚ୍ଛାସେବୀ ସଂଗଠନା ସଭାପତି ଚନ୍ଦ୍ରମୌଳି ମହାନ୍ତି, ଦିଗାମ୍ବର ଦାସ, ତାପସ ରାଉତ, ରାଜୀବ ଜେନା, ମିହିର ରାଉତ, ଚିତ୍ତରଞ୍ଜନ ମହାନ୍ତି, ବିଶ୍ୱରଞ୍ଜନ ଜେନା, ଆଶୁତୋଷ ରାଉତ, ସୌମ୍ୟ ରଞ୍ଜନ ସାମଲ, ସୁନିଲ ମହାନ୍ତି, ଅଞ୍ଜନ ଜେନା ଉକ୍ତ ଅସହାୟ ଶିଶୁଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇବା ପାଇଁ ପ୍ରତିଶୃତି ଦେବାସହ ଚାଉଳ, ଚୁଡା, ବିସ୍କୁଟ, ଡାଲି, ତେଲ, ଆଳୁ, ଖାତା, କଲମ ଆଦି ପ୍ରଦାନ କରିଛନ୍ତି । ଶିଶୁମାନେ କିପରି ଉପଯୁକ୍ତ ସ୍ଥାନରେ ରହି ଶିକ୍ଷାଲାଭ କରିପାରିବେ ସେନେଇ ପଦକ୍ଷେପ ନେବେ ବୋଲି ସଭାପତି ଚନ୍ଦ୍ରମୌଳି ମହାନ୍ତି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ