ଦୁର୍ନିତିର ଗନ୍ତାଘର ପାଲଟିଛି ପଞ୍ଚୁଗୋଛିଆ ପଞ୍ଚାୟତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକର ପଞ୍ଚୁଗୋଛିଆ ପଞ୍ଚାୟତଟି ଏବେ ଦୁର୍ନିତିର ଗନ୍ତାଘର ପାଲଟିଛି । ଏଠାରେ ପୁର୍ବରୁ ଆମ ଗାଁ ଆମ ବିକାଶ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଥିବାବେଳେ ଏବେ ଆବାସ ଯୋଜନାରେ ମଧ୍ୟ ନାନା ଅନିୟମିତତା ହୋଇଥିବା ପଦାକୁ ଆସିଛି । ଏପରିକି ମୃତ୍ୟୁ ଲୋକଙ୍କ ନାମରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବସ ଦିଆଯାଇଥିବା ଦେଖିବାକୁ ମିଳିଛି । ଭିନ୍ନ ଏକ ପଞ୍ଚାୟତର ଜଣେ ମହିଳାଙ୍କୁ ପଞ୍ଚୁଗୋଛିଆ ପଞ୍ଚାୟତର ଦର୍ଶାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିବାବେଳେ ସରକାରୀ ଚାକିରିଆଙ୍କ ପରିବାରକୁ ମଧ୍ୟ ସାମିଲ କରାଯାଇଛି । ବର୍ଷେ ଦୁଇବର୍ଷ ପୁର୍ବରୁ ଆବାସ ଯୋଜନାରେ ଘର ପାଇଥିବା ଲୋକମାନଙ୍କୁ ମଧ୍ୟ ପୁନର୍ବାର ଆବାସ ଯେଜନ।।ର ଘର ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଦେଢ଼ବର୍ଷ ପୁର୍ବରୁ ଜଣେ ମହିଳା ମୃତ୍ୟୁ ବରଣ କରିଥିବାବେଳେ ତାଙ୍କର କେହି ଉତ୍ତରାଧିକାରୀ ନଥିବାସ୍ଥଳେ ତାଙ୍କ ନାମରେ ଅନ୍ୟ ଜଣେ ଯୁବକକୁ ଆବାସ ଯୋଜନାର ଘର ଯୋଗାଇ ଦିଆଯାଇଛି । ହାଟଡିହି ବ୍ଳକର ବିଡିଓ ଆବାସ ଯୋଜନାରେ ଦୁର୍ନିତି ନହେବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଥିବାବେଳେ କିଛି କର୍ମଚାରୀଙ୍କ ପାଇଁ ଏ ପ୍ରକାର ମହା ଦୁର୍ନିତି ସମ୍ଭବ ହୋଇଛି । ଏ ସମ୍ପର୍କରେ ବିଡିଓ ସୁଶାନ୍ତ କୁମାର ବାରିକଙ୍କୁ ପଚାରିବାରେ ସେ ଏହି ଅନିୟମିତତା ସମ୍ପର୍କରେ ଜାଣିବାପରେ ତୁରନ୍ତ ପଦକ୍ଷେପ ନେଇ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଏକାଉଣ୍ଟକୁ ଯାଇଥିବା ଟଙ୍କାକୁ ଫେରସ୍ତ ଅଣାଯାଇଛି ବୋଲି କହିଛନ୍ତି ।


