୩ କଂଗ୍ରେସ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଜମ୍ମୁ : ଜମ୍ମୁ କଶ୍ମୀର ଗସ୍ତ କରିଥିବା ୟୁରୋପୀୟ ସଂଘ ସାଂସଦ ପ୍ରତିନିଧି ଦଳଙ୍କୁ ସାକ୍ଷାତ କରିଥିବା ୩ ଜଣ କଂଗ୍ରେସ ନେତାଙ୍କୁ ଆଜି କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକ ଉସମନ୍ ମଜିଦ୍‌, ରାଜ୍ୟ ସାଧାରଣ ସଚିବ ଚନ୍ନି ସିଂହ ଏବଂ ମୁଖପାତ୍ର ଫାରୁକ୍ ଅନ୍ଦ୍ରାବି ଶ୍ରୀନଗରରେ ଇୟୁ ପ୍ରତିନିଧି ଦଳଙ୍କୁ ସାକ୍ଷାତ କରିଥିଲେ । ତେବେ କଂଗ୍ରେସ ଏହାକୁ ଅତି ଗମ୍ଭୀରତାର ସହ ନେଇଛି ଏବଂ ବିନା ଅନୁମତିରେ କାହିଁକି ଏହି ୩ ନେତା ଇୟୁ ପ୍ରତିନିଧି ଦଳଙ୍କୁ ଭେଟିଲେ ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ସପ୍ତାହକ ମଧ୍ୟରେ ଏ ସଂକ୍ରାନ୍ତରେ ଉତ୍ତର ରଖିବା ପାଇଁ ୩ ନେତାଙ୍କୁ କୁହାଯାଇଛି ବୋଲି ଜମ୍ମୁ କଶ୍ମୀର କଂଗ୍ରେସ କମିଟି ଅଧ୍ୟକ୍ଷ ଗୁଲମ ଅହମଦ ମୀର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ