ଦୁଇଟି ପୃଥକ୍ କେନ୍ଦ୍ର ଶାସିତ ଅଞ୍ଚଳ ହେଲା ଜମ୍ମୁ ଓ କଶ୍ମୀର ଏବଂ ଲଦାଖ

ନୂଆଦିଲ୍ଲୀ: ବୁଧବାର ମଧ୍ୟରାତ୍ରୀରୁ ଆନୁଷ୍ଠାନିକ ଭାବେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଦୁଇଟି ପୃଥକ୍ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯାଇଛି । ପାର୍ଲାମେଣ୍ଟ୍ ଦ୍ୱାରା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରାଯାଇ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ନିଆଯିବାର ୮୬ ଦିନ ପରେ ଗୃହ ମନ୍ତ୍ରାଳୟ ବିଳମ୍ବିତ ରାତ୍ରୀରେ ଏହି ବିଜ୍ଞପ୍ତି ଜାରି କରିଛି ।
ଏଥିପାଇଁ ଗୁରୁବାର ଠାରୁ ଅବିଭକ୍ତ ଜମ୍ମୁ ଓ କଶ୍ମୀରରୁ ରାଷ୍ଟ୍ରପତି ଶାସନ ଉଠାଇ ଦିଆଯାଇଛି । ବିଜ୍ଞପ୍ତିରେ ଉଲ୍ଲେଖ ଅଛି: ଗୃହମନ୍ତ୍ରାଳୟ ଜମ୍ମୁ ଓ କଶ୍ମୀରକୁ ରାଜ୍ୟରୁ ବଦଳାଇ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛି ଏବଂ ସେଠାରୁ ସ୍ଥାୟୀ ବାସିନ୍ଦା ବା ବଂଶାନୁକ୍ରମିକ ବାସିନ୍ଦା ନୀତି ଉଚ୍ଛେଦ କରିଛି । କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏକ ନିର୍ବାଚିତ ବିଧାନସଭା ଏବଂ ଜଣେ ମୁଖ୍ୟମନ୍ତ୍ରୀ ରହିବେ । କିନ୍ତୁ, ଲଦାଖ ଚଣ୍ଡିଗଡ଼ ଭଳି ବିନା ବିଧାନସଭାରେ କେନ୍ଦ୍ରଶାସିତ ଅଞ୍ଚଳ ହେବ । ଏହାର ରହିବ ଦୁଇଟି ହିଲ୍ ଡେଭଲପମେଣ୍ଟ କାଉନସିଲ୍ ରହିବ ।
ଜମ୍ମୁ ଓ କଶ୍ମୀର ପୁନର୍ଗଠନ୍ ଧାରା ୨୦୧୯ ଆଧାରରେ ଉଭୟ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ହେବେ ଲେଫ୍ଟ୍ନନାଣ୍ଟ୍ ଗଭର୍ଣ୍ଣର୍ । ଗୁରୁବାର ସକଳେ ଜମ୍ମୁ ଓ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଲେହ୍ ଠାରେ ଲଦାଖର ପ୍ରଥମ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ଭାବେ ଆର୍ କେ ମାଥୁର ଶପଥ ପାଠ କରାଇଛନ୍ତି । ଶପଥ ପାଠ ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ଜମ୍ମୁ ଓ କଶ୍ମୀରର ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ହେବେ ଜିସି ମୁର୍ମୁ ଏବଂ ଲଦାଖର ଆର୍କେ ମାଥୁର । ଆଜି ଅପରାହ୍ଣ ୧୨: ୩୦ ମିନିଟରେ ରାଜଭବନରେ ଆୟୋଜନ କରାଯାଉଥିବା ଶ୍ରୀନଗର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ୍ ତାଙ୍କୁ ଶପଥ ପାଠ କରାଇବେ । ଗୃହ ମନ୍ତ୍ରାଳୟ ବିଜ୍ଞପ୍ତି ପରେ ଜମ୍ମୁ ଓ କଶ୍ମୀରର ସମ୍ବିଧାନ ଏବଂ ରଣବୀର ପେନାଲ୍ କୋଡକୁ ରଦ୍ଦ କରାଯାଇଛି । ଏବେ ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ଅନ୍ୟୂନ ୧୦୮ଟି ନୂତନ କେନ୍ଦ୍ରୀୟ ଆଇନ ଲାଗୁ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ