ଚିକିଟିରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଚିକିଟି,(ଯୁଗାବ୍ଦ ନ୍ୟୁଜ୍‌): ଚିକିଟି ବ୍ଲକ ମହାତାବ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଗୋଷ୍ଠି ଶିକ୍ଷାଧିକାରୀ କୋରେସ ସେଠୀ , ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଆର୍ତ୍ତରାଣ ବେହେରା ଏବଂ ବିଆର.ସିସି ପ୍ରଭଞ୍ଜନ ପଣ୍ଡାଙ୍କ ଉପସ୍ଥିତିରେ ସି ଆର ସିସି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୨ ଟି କ୍ଲଷ୍ଟର ସ୍ତରୀୟ ପ୍ରଥମ ମନୋନୀତ ପ୍ରତିଯୋଗୀ ମାନେ ବକୃତା , ପ୍ରବନ୍ଧ, ହସ୍ତଚିତ୍ର, କୁଇଜ, ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବ୍ଲକ ସ୍ତରରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବେ । ଏହି କାର‌୍ୟ୍ୟକ୍ରମରେ ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଦୀପ ସେଠୀ, ବସନ୍ତ ଜାନୀ, କେଦାର ସୁବୁଦ୍ଧି, ମିନାକ୍ଷୀ ପଢୀ,ସିମାଞ୍ଚଳ ପାତ୍ର,ଜି ବାଇଲଡୁ, ରଞ୍ଜନ ବ୍ରହ୍ମା, ରମାକାନ୍ତ ସାହୁ, ଅକ୍ଷୟ ସାହୁଙ୍କ ସମେତ ସମସ୍ତ ସି ଆର୍ ସି ସି ଭବାନୀ ମହାପାତ୍ର,କେ ଜଗନ୍ନାଥ ରାଓ, ନିରଞ୍ଜନ ସେଠୀ,ସଂହିତା ମହାନ୍ତି,ବଳରାମ ବେହେରା,ଅରୁଣ ପଣ୍ଡା ଆଦି ପ୍ରମୂଖ ଉପସ୍ଥିତ ଥିଲେ। କାର‌୍ୟ୍ୟକ୍ରମ ଶେଷରେ ଶିକ୍ଷକ ନରସିଂହ ପତି ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ