ଜିଲ୍ଲା କିଷାନ କଂଗ୍ରେସ ସଭାପତି ଭାବେ ରାମ ପ୍ରସାଦ ମହାନ୍ତି ମନୋନିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କିଷାନ କଂଗ୍ରେସ ସଭାପତି ଭାବେ ରାମ ପ୍ରସାଦ ମହାନ୍ତି ମନୋନିତ ହୋଇଥିବା ଜଣାପଡିଛି । ଆଜି ତାଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟ କିଷାନ କଂଗ୍ରେସର ଚେୟାରମ୍ୟାନ ଅମୀୟ କୁମାର ପଟ୍ଟନାୟକ ତାଙ୍କୁ ମନୋନିତ କରିଥିବା ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି । ଖବର ପ୍ରଚାରିତ ହେବା ପରେ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେବା ସହ ଅଭିନନନ୍ଦନର ସୁଅ ଛୁଟିଛି । ଶ୍ରୀ ମହାନ୍ତିଙ୍କ ଘର ରାୟଗଡ ବ୍ଲକ ନାରାୟଣପୁର ଗ୍ରାମରଶ ସେ ଆଜକୁ ପ୍ରାୟ ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହିଆସିଥିବା ବେଳେ କଂଗ୍ରେସ ପାଇଁ ପ୍ରତି ମୂହୂର୍ତ୍ତରେ ସଘଂଠନ କରିଆସୁଛନ୍ତି । ଜିଲ୍ଲା ପାଇଁ ମୋତେ ଏହି ଗୁରୁ ଦାୟିତ୍ୱ ମିଳିବା ପରେ ଦଳକୁ ଆହୁରି ସଙ୍ଘଠନ କରି ଦଳକୁ ମଜଭୁତ କରିବି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ