ଗୁଣିଆ ସନ୍ଦେହରେ ଯୁବକକୁ ହତ୍ୟା ଉଦ୍ୟମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ନିକଟସ୍ଥ କେସିପୁର ଗ୍ରାମରେ ୬ଜଣ ଯୁବତୀଙ୍କ ମାନସିକ ବିକଳାଙ୍ଗ ସ୍ଥିତିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ସୃଷ୍ଟି ହେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଅଛି ।ଏହାର ଉପଯୁକ୍ତ ଚିକିତ୍ସା ନକରାଇ ବିଦ୍ୟୁତ ସିଂ (ବିଜୁ) ବାତିଲି (ବର୍ତ୍ତମାନର ଗୁଣୁପୁର ନିବାସୀ) ଗ୍ରାମର ଜନୈକ ଖ୍ରୀଷ୍ଠିଆନ ଗୁଣିଆ ପ୍ରକାଶ ବେବର୍ତ୍ତାଙ୍କୁ ଝାଡଫୁଙ୍କ କରାଇବାକୁ ଡାକିଛନ୍ତି । ୬ ଦିନ ପର୍ଯ୍ୟନ୍ତ ଉକ୍ତ ଝିଅମାନଙ୍କୁ ଝାଡଫୁଙ୍କ, ନାଚଗୀତ ଓ ଖ୍ରୀଷ୍ଟିଆନ ପ୍ରାର୍ଥନା କରିବା ପରେ ଜାଣିପାରିଛନ୍ତି ଯେ ଏହା ସେହି ଗ୍ରାମର ପୁଅ ଜୈନେକ ଯୁବକ ଗଜେନ୍ଦ୍ର ମାଛ (୩୧) ପିତା ସିଲୋନ ମାଛଙ୍କ ଗୁଣିଗାରେଡି ପ୍ରଭାବ । ଏହି ଘଟଣାକୁ କେନ୍ଦ୍ର କରି ସମ୍ପୃକ୍ତ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯିବାରୁ ସେରଙ୍ଗ ଥାନା ପୁଲିସ ଉକ୍ତ ଯୁବକ ଓ ପରିବାରକୁ ୦୧.୦୮.୨୦୨୧ ରବିବାର ରାତି ପ୍ରାୟ ସାଢେ ୧୦ଟା ବେଳେ ଉଦ୍ଧାର କରି ତଦନ୍ତ ଜାରି ରହିଛି । ତେବେ ଘଟଣାରେ କାହାରିକୁ ଗିରଫ କରାଯାଇନଥିବାର ଜଣାପଡିଛି ।