ଗଛମୁଳେ ବସିଥିବା ଚାଷୀ ପରିବାରକୁ ଧକ୍କା ଦେଲା ବାଇକ: ନାତୁଣୀ ମୃତ, ନାତି ଓ ଆଈ ଗୁରୁତର

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ସୁଲାଇପାଟ ଫାଣ୍ଡି ଅଧିନସ୍ଥ କୁଲଢିଆ-ଜୟପୁର ରାସ୍ତାରେ ଏକ ଚାଷୀ ପରିବାର ମଙ୍ଗଳବାର ବିଲ କାମସାରି ଥକଗଛ ମୂଳେ ପ୍ରାୟ ଦିନ ୧.୩୦/୨ଟା ପାଖାପାଖି ସମୟରେ ଭାତ ଖାଉଥିଲେ ହଠାତ ଦୃତ ଗତିରେ ସୁଲାଇପାଟ ଆଡୁ ଆସୁଥିବା ଏକ ବାଇକ (ଓଡି ୧୧ ଇ ୩୫୬୮) ସେମାନଙ୍କୁ ଧକ୍କା ଦେବା ଫଳରେ ଏକ ୨ବର୍ଷର ଏକ ଝିଅର ମୃତ୍ୟ ହୋଇଥିବାବେଳେ,ତାର ଭାଇ ଗୁରୁତର ହୋଇ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସିତ ହେଉଛି ଏବଂ ଆଈ ବୁଢୀ ଗୁରୁତର ହୋଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ସୂଚନା ଯୋଗ୍ୟଯେ କୁଲଢିହା ଗ୍ରାମର ଚୈତନ୍ୟ ପ୍ରସାଦ ମୁର୍ମୁଙ୍କ ପିଉସୀ ସାକ୍ର ମାଝୀ ବିଲ କାମ ସାରି ମଧ୍ୟାହ୍ନରେ ରାସ୍ତାକଡ ଗଛମୂଳେ ବସି ନାତୁଣୀ ମହାଲକ୍ଷ୍ମୀ ମୁର୍ମୁ(୨),ନାତି ରାଜକୁମାର ମୁର୍ମୁ (୬) ବର୍ଷ ସହ ଭାତ ଖାଉଥିବାବେଳେ ଏଭଳି ଦୁଖଦ ଅଘଟଣ ଘଟିଥିଲା ।ସମସ୍ତଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତି କରାଯାଇଛି ।ନାତୁଣୀର ବୁଧବାର ଦିନ ଶବ ବ୍ୟବଛେଦ କରାଯିବ ।ଆଈ ଗୁରୁତର ଥିବାରୁ ବାରିପଦା ସ୍ଥାନାନ୍ତରିତ କରାଯାଇଛି ।ସୁଲାଇପାଟ ଫାଣ୍ଡିର ଏଏସଆଇ ପଣ୍ଡା ବ ଏକ ମାମଲା କେଶ ନଂ ୮୨/୨୧ ରୁଜୁ କରି ତଦନ୍ତ କରୁଛି ।ନିରିହ ଶିଶୁର ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ