ମହାନଗରରେ ବୁଲିଲା ସ୍ୱାସ୍ଥ୍ୟ ସଚେତନତା ରଥ
ବ୍ରହ୍ମପୁର, (ଅନିଲ କୁମାର): କରୋନା ମହାମାରୀର ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ମହାନଗର ନିଗମ ପକ୍ଷରୁ ଅଧିକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ନିମନ୍ତେ ସେ୍ୱଚ୍ଛାସେବୀ ଅନୁଷ୍ଠାନ ‘ସେଭ୍ ଦ ଚିଲ୍ଡ୍ରେନ୍’ ବ୍ରହ୍ମପୁର ଶାଖା ତରଫରୁ ମହାନଗର ନିଗମ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବୁଧବାର ଠାରୁ ଏକ ସ୍ୱାସ୍ଥ୍ୟ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ମହାନଗର ନିଗମ କାର୍ଯ୍ୟାଳୟ ପରିସରରୁ ଏହି ରଥକୁ କମିଶନର ଡ଼କଫର ସିଦ୍ଧେଶ୍ୱର ବଳିରାମ ବନ୍ଦାର ଶୁଭାରମ୍ଭ କରିଥିଲେ । ଏହି ରଥ ମାଧ୍ୟମର ଗ୍ରାମ ଓ ସହରାଞ୍ଚଳର ଲୋକମାନଙ୍କୁ ହାତଧୁଆ ପ୍ରକ୍ରୀୟାରେ ପରିବର୍ତ୍ତନ ଆଣିବା ପାଇଁ ସରଳ ପଦ୍ଧତି ମାଧ୍ୟମରେ ସଚେତନ କରାଯିବ । ସେହିପରି ମେଲେରିଆ ଓ ଡ଼େଙ୍ଗୁ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଅନୁରୂପ ସଚେତନ ପଦକ୍ଷେପ ଗ୍ରହଣ କରାଯିବ । ଶିଶୁ ମୃତୁ୍ୟକୁ ରୋକିବା ପାଇଁ ଏହି ରଥ ମାଧ୍ୟମରେ ଅଧିକ ଜନସଚେତନତା କରାଯିବ ବୋଲି ଏଠାରେ ସୂଚନା ଦିଆଯାଇଥିଲା । ଏଥିରେ ବିଜୟଲକ୍ଷ୍ମୀ ନାୟକ, ମନୋଜ କୁମାର ମିଶ୍ର, ଶୁଭ୍ରାଂଶୁ ସ୍ୱାଇଁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


