ଦିବ୍ୟାଙ୍ଗ ଚିହ୍ନଟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର, (ଓ୍ବାଇଏନ୍ଏସ୍):ଦିବ୍ୟାଙ୍ଗ ମାନେ ସମାଜର ଅଙ୍ଗ । ସେମାନଙ୍କ ଆବଶ୍ୟକତାକୁ ପୂରଣ ସହ ମୁଖ୍ୟ ସ୍ରୋତରେ ସାମିଲ କରାଗଲେ ସେମାନେ ମଧ୍ୟ ସମାଜ ପାଇଁ ସମ୍ୱଳ ହୋଇପାରିବେ ଓ ଉଦାହରଣ ସୃଷ୍ଟି କରିପାରିବେ ବୋଲି ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି ଆହ୍ୱାନ ଦେଇଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଳ୍‌ା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏକ ଦିବସୀୟ ଭିନ୍ନକ୍ଷମ ଚିହ୍ନଟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଚ୍ଥି । ଏହାକୁ ଉଦ୍‌ଘାଟନ କରି ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ମହାନ୍ତି ଊପଯୁକ୍ତ ପ୍ରଶିକ୍ଷଣ ନେବା ସହ ଜନ୍ମରୁ ୬ ବର୍ଷ ବୟସ୍କ ଦିବ୍ୟାଙ୍ଗ ଶିଶୁ ମାନଙ୍କର ସରକାର ଧାର୍ଯ୍ୟ କରିଥିବା ୨୧ ପ୍ରକାର ଦିବ୍ୟାଙ୍ଗତାକୁ ଅନୁଧ୍ୟାନ କରି ସଠିକ ତଥ୍ୟ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ଅନେକ କ୍ଷେତ୍ରରେ ଶିଘ୍ର ଓ ଶିଶୁ ବେଳୁ ଚିକିତ୍ସା ଦ୍ୱାରା ଅନେକ ପିଲା ସଂପୂର୍ଣ୍ଣ ସୁସ୍ଥ ହେବାର ସମ୍ଭାବନା ରହିଚ୍ଥି । ତେଣୁ ଅତ୍ୟନ୍ତ ନିଷ୍ଠାର ସହ ଏହି କାର୍ଯ୍ୟକୁ ପରିଚାଳନା ପାଇଁ ସେ ପରାମର୍ଶ ଦେଇଥିଲେ । ଜିଲ୍ଳ୍‌ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଊରିଆ ଯୋଗଦେଇ ଦିବ୍ୟାଙ୍ଗ ବା ସେମାନଙ୍କର ପିତା ମାତା ଯେପରି ଅବହେଳାର ଶିକାର ନ ହୁଅନ୍ତି ସେଥିପ୍ରତି ସମସ୍ତଙ୍କ ଉତ୍ତରଦାୟିତ୍ୱ ରହିବା ଉଚିତ ବୋଲି କହିଥିଲେ । ସରକାରଙ୍କର ଲକ୍ଷ୍ୟ ସମସ୍ତଙ୍କୁ ସଶକ୍ତ କରିବା । ତେଣୁ ପ୍ରତ୍ୟେକ ଆନ୍ତରିକତାର ସହ ଏହି ତଥ୍ୟ ହାସଲ କରନ୍ତୁ ବୋଲି ଅନୁରୋଧ କରିଥିଲେ । ଜିଲ୍ଳ୍‌ା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଳ୍‌ା ସମାଜ କଲ୍ୟାଣ ଅଧିକାରୀ ଇନ୍ଦୁ ପ୍ରଭା ନାୟକ, ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କର ସମସ୍ୟା, ଆବଶ୍ୟକତା, ଚିହ୍ନଟ ଓ ଚିକିତ୍ସାର ତ୍ୱରାନ୍ୱିତ ଉପରେ ମତବ୍ୟକ୍ତ କରିଥିଲେ । ମାଷ୍ଟର ଟ୍ରେନର ବିଷ୍ଣୁପ୍ରିୟା ମହାନ୍ତି, ଅଭିମନ୍ୟୁ ମଲ୍ଲିକ, କମଳାକାନ୍ତ ବାରିକ ଆର୍‌.ପି.ଡବ୍ଳୁ.ଡି. ଆକ୍ଟ-୨୦୧୬ ପ୍ରକାରେ ସ୍ଥାନୀତ ହୋଇଥିବା ସର୍ବମୋଟ ୨୧ ଗୋଟି ଦିବ୍ୟାଙ୍ଗ ମାନଙ୍କ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଜିଲ୍ଳ୍‌ା ସ୍ତରୀୟ ଏହି ପ୍ରଶିକ୍ଷଣ ଶିବିରରେ ସି.ଡି.ପି.ଓ., ସୁପରଭାଇଜର, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଓ ବି.ଆର.ଟି. ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ଚଳିତ ମାସ ୯ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ବ୍ଳକ ସ୍ତରରେ ସମସ୍ତ ଅଙ୍ଗନୱାଡି କର୍ମୀ ମାନଙ୍କୁ ଏ ସଂପର୍କରେ ତାଲିମ ଦିଆଯିବ । ସମସ୍ତ ୨୮୨୮ ଅଙ୍ଗନୱାଡି କେନ୍ଦ୍ରରେ ଚଳିତ ମାସ ୧୩ ତାରିଖ ଠାରୁ ଘରକୁ ଘର ଏହି ସର୍ବେକ୍ଷଣ କରାଯିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଚ୍ଥନ୍ତି । ଏହି କାର୍ଯ୍ୟକ୍ରମରେ ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ ବିବିଧ ସୂଚନା ପ୍ରଦାନ କରିଥିଲେ । ଜିଲ୍ଳ୍ର୍‌ା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କର୍ମଚାରୀ ସ୍ନେହାଶିଷ ମିଶ୍ର, ସୋମନାଥ ମଲ୍ଲିକ, ବୈଦ୍ୟନାଥ ବିଶ୍ୱାଳ, ଅନିଲ କୁମାର ସାହୁ, ଭଗବାନ ଜେନା ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ